କିର୍ମିରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Oct 16, 2026 - 20:03
 0  83
କିର୍ମିରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କିର୍ମିରା୧୬।୧୦(ଫାଷ୍ଟ ନିଉଜ ଓଡ଼ିଶା)କିର୍ମି ରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କିର୍ମି ରାଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅବସର ଏଲଏନ କଲେଜ ଅଧ୍ୟାପକ ରୋହିତ କୁମାର ପଟେଲ, ମୁଖ୍ୟବକ୍ତା ପ୍ରକାଶ କୁମାର ପଟେଲ, ସମ୍ମାନିତ ଅତିଥି ଭାବରେ ଏବିଇଓ ହିରଣ୍ୟ ରୋହିଦାସ,ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂହ, ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ,ସମ୍ପାଦକ ବୈକୁଣ୍ଠ ନାଏକ କାର୍ଯ୍ୟକ୍ରମକୁ ଉଦଘଟଣ କରିଥିଲେ।ଏଥିରେ ୭ଟି କ୍ଳଷ୍ଟର ୨୬୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ବକ୍ତୁତା, ତର୍କ,ଚିତ୍ରାଙ୍କନ, କୁଇଜ, ପ୍ରବଦ୍ଧଲିଖନ,ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କୃତି ହୋଇ ଜିଲ୍ଲାସ୍ତରକୁ ବିବେଚିତ ହୋଇଛନ୍ତି।ଉଦଯାପନୀ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ପଟେଲ,ବିଇଓ ଜୟନାରାୟଣ ପଣ୍ଡା,ଏବିଇ ଓ ହିରଣ୍ୟ ରୋହିଦାସ, ଶିକ୍ଷକ ସଂଘ ସଭାପତି ଶଶିକାନ୍ତ ନାଏକ, ସମ୍ପାଦକ ବୈକୁଣ୍ଠ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଶିକ୍ଷକ ସୁନିଲ କୁମାର ପଟେଲ,ଅଞ୍ଜନ ପାଣ୍ଡେ ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗ କର୍ମଚାରୀ ଦିଲିପ ମେହେର,ଶିକ୍ଷାକ ଦିଲିପ କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସିଆରସିସି ସୁଜେଶ ପଟେଲ, ଚୁରାମନ ନାଏକ,ଦୁବରାଜ ଦିହିରିଆ, କୃପାସିନ୍ଧୁ ତନ୍ତ୍ରୀ,ଟଙ୍କେଶ୍ଵର ଦିହିରିଆ,ସୁରେଶ ସେଠ,ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ, କୌଶିକ ବେହେରା ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ସିଆରସିସି ଭେଷଜ ଦିହିରିଆ ଅନ୍ୟବାଦ ଦେଇଥିଲେ।

କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ