ପୁନର୍ବାସ ସହାୟତା ଯୋଜନାରେ ୭ ଜଣଙ୍କୁ ନିଯୁକ୍ତି ପ୍ରଦାନ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

Oct 15, 2026 - 12:10
 0  32
ପୁନର୍ବାସ ସହାୟତା ଯୋଜନାରେ ୭ ଜଣଙ୍କୁ ନିଯୁକ୍ତି ପ୍ରଦାନ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

*ମାଲକାନଗିରି,୧୫/୧୦/୨୬:* ଜିଲ୍ଲା ଶିକ୍ଷା ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ଜନକଲ୍ୟାଣକାରୀ ଅଭିମୁଖ୍ୟ ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନର୍ବାସ ସହାୟତା ଯୋଜନା ଅଧୀନରେ ୭ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସାରସ୍ୱତ ତଥା ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କ ଉପସ୍ଥିତିରେ ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ସାଦର ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ଶିକ୍ଷା ବିଭାଗୀୟ ପରିବାରରେ ସାମିଲ ହୋଇଥିବା ସମସ୍ତ ନବନିଯୁକ୍ତ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ପୁନର୍ବାସ ସହାୟତା ଯୋଜନା କେବଳ ଏକ ବୃତ୍ତିଗତ ନିଯୁକ୍ତି ନୁହେଁ, ବରଂ ଏହା ସେବା, ନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧର ସହ ଜନସେବାରେ ବ୍ରତୀ ହେବାର ଏକ ଅନନ୍ୟ ସୁଯୋଗ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ନୂତନ ନିଯୁକ୍ତ କର୍ମଚାରୀଙ୍କୁ ସ୍ୱଚ୍ଛତା, ସମୟାନୁବର୍ତ୍ତୀତା ଏବଂ କର୍ତ୍ତବ୍ୟପରାୟଣତାକୁ ପାଥେୟ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସର୍ବାଙ୍ଗୀନ ପ୍ରଗତିରେ ନିଜର ସର୍ବୋତ୍କୃଷ୍ଟ ଯୋଗଦାନ ପ୍ରଦାନ କରିବା ନିମନ୍ତେ ଦିଗଦର୍ଶନ ପ୍ରଦାନ କରାଯାଇଛି । ଏହି ନୂତନ ନିଯୁକ୍ତି ଦ୍ୱାରା କାର୍ଯ୍ୟାଳୟର ପ୍ରଶାସନିକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଅଧିକ ସ୍ପଷ୍ଟତା ଓ ଦକ୍ଷତା ପ୍ରକାଶ ପାଇବା ସହ ବିଭାଗୀୟ ଯୋଜନାଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଆଶା ବ୍ୟକ୍ତ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ