ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭: ମାଷ୍ଟର ଟ୍ରେନର ଓ ନିର୍ବାଚନୀ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ

Oct 14, 2026 - 16:10
 0  42
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭: ମାଷ୍ଟର ଟ୍ରେନର ଓ ନିର୍ବାଚନୀ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ

*ମାଲକାନଗିରି, ୧୪/୧୦/୨୬* ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ - ୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ନିର୍ବାଚନୀ ମଣ୍ଡଳୀ ପୁନଃନିର୍ଦ୍ଧାରଣ ଏବଂ ସମଗ୍ର ପରିଚାଳନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ପଞ୍ଚାୟତ ଅଫିସର ବିମଳ କୁମାର ଲେଙ୍କା, ସମସ୍ତ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନରମାନେ ଉପସ୍ଥିତ ରହି ନିର୍ବାଚନ ସମ୍ପର୍କିତ ବିଭିନ୍ନ ଆଇନଗତ ଓ ପ୍ରଶାସନିକ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସଭାକୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରର ମୂଳଦୁଆ ହେଉଛି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ। ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିରପେକ୍ଷ, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ଆମର ପ୍ରାଥମିକ ଦାୟିତ୍ୱ। ସମସ୍ତ ମାଷ୍ଟର ଟ୍ରେନର ଏବଂ ନିର୍ବାଚନୀ ଅଧିକାରୀମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ ଏହି ପ୍ରଶିକ୍ଷଣର ନିୟମାବଳୀକୁ କ୍ଷେତ୍ର ସ୍ତରରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏହାସହ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ପଞ୍ଚାୟତ ଅଫିସର ବିମଳ କୁମାର ଲେଙ୍କା ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ନିର୍ବାଚନୀ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରସ୍ତୁତି ଶୀଘ୍ର ଓ ନିର୍ଭୁଲ ଭାବେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ