ସୁନାବେଡ଼ାରେ HAL ନିଯୁକ୍ତିକୁ ନେଇ ଉଠିଲା ବଡ଼ ପ୍ରଶ୍ନ।ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ସୁଯୋଗ ମିଳୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି

Oct 5, 2026 - 20:52
 0  2
ସୁନାବେଡ଼ାରେ HAL ନିଯୁକ୍ତିକୁ ନେଇ ଉଠିଲା ବଡ଼ ପ୍ରଶ୍ନ।ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ସୁଯୋଗ ମିଳୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି

HAL ଓ NALCO ଭଳି ବଡ଼ ପ୍ରତିଷ୍ଠାନରେ ସ୍ଥାନୀୟ ଯୁବକଙ୍କ ପାଇଁ ଜିଲ୍ଲାଭିତ୍ତିକ ଏବଂ ଡିଭିଜନ୍‌ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। “ସୁନାବେଡ଼ା ଡିଭିଜନ୍‌ରେ ପୂର୍ବରୁ ପରୀକ୍ଷା ହେଉଥିଲା। କିନ୍ତୁ ଏବେ ଏହାକୁ ସର୍ବଭାରତୀୟ ସ୍ତରର କରାଯାଇଛି। ଫଳରେ ଆମ ଅଞ୍ଚଳର ପିଲାମାନେ ଗୋଟିଏ ମଧ୍ୟ ସୁଯୋଗ ପାଉନାହାନ୍ତି।” ଏହାକୁ ନେଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଜିଲ୍ଲାଭିତ୍ତିକ ଏବଂ ଡିଭିଜନ୍‌ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା କରାଯାଉ। ଅଞ୍ଚଳର ଯେଉଁ ଯୁବକମାନେ ଶିକ୍ଷିତ, ଯେଉଁମାନଙ୍କ ପାଖରେ ସ୍କିଲ୍ ରହିଛି, ଯେଉଁମାନେ ବିଭିନ୍ନ ଟ୍ରେନିଂ ନେଇଛନ୍ତି— ସେମାନଙ୍କୁ ସ୍ଥାନୀୟ ଭାବେ ନିଯୁକ୍ତିରେ ପ୍ରାଥମିକତା ମିଳୁ। ଏହି ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଜନାଥ ସିଂ ଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି “HALରେ ସ୍ଥାନୀୟ ଲୋକଙ୍କୁ କେତେ ନିଯୁକ୍ତି ଦିଆଯାଇଛି, ତାହାର ସ୍ପଷ୍ଟୀକରଣ ଦିଆଯାଉ।” ବୋଲି ଦାବି ହୋଇଛି। ବୋମା ନିଷ୍କ୍ରିୟକରଣ ଏବଂ ବର୍ଜ୍ୟ ପରିଚାଳନା ପ୍ରକ୍ରିୟାକୁ ନେଇ ପରିବେଶ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ କରାଯାଇଛି। ଏନେଇ ପୂର୍ବରୁ ଲିଖିତ ଭାବେ ଅଭିଯୋଗ ଦିଆଯାଇଥିବା କଥା ମଧ୍ୟ କୁହାଯାଇଛି। “ଦେଶର ସ୍ୱାର୍ଥକୁ ଆମେ ନିଶ୍ଚୟ ଜଗିବୁ। କିନ୍ତୁ ଆମ ଲୋକଙ୍କର ମଧ୍ୟ ସ୍ୱାର୍ଥ ଅଛି। ଆମ ପିଲାମାନଙ୍କର ନିଯୁକ୍ତିର ମଧ୍ୟ ଅଧିକାର ଅଛି।” “ଆମ ଶିକ୍ଷିତ ଯୁବକମାନଙ୍କ ପାଖରେ ସ୍କିଲ୍ ଥାଇ ମଧ୍ୟ ଯଦି ନିଯୁକ୍ତି ମିଳିବ ନାହିଁ, ତାହେଲେ କାହା ସ୍ୱାର୍ଥ ପାଇଁ?” HALର ବିକାଶକୁ ସ୍ୱାଗତ। ଦେଶର ସୁରକ୍ଷାକୁ ସମର୍ଥନ। କିନ୍ତୁ ସ୍ଥାନୀୟ ଯୁବକଙ୍କ ନିଯୁକ୍ତିର ଅଧିକାରକୁ ଅଣଦେଖା କରାଯିବ ନାହିଁ। ଏହି ଦାବିକୁ ନେଇ ଏବେ ସୁନାବେଡ଼ାରେ HAL ନିଯୁକ୍ତି ପ୍ରସଙ୍ଗ ଚର୍ଚ୍ଚାରେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ