ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ
ପଡିଆ, ୦୯/୧୦ : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ସହ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀଙ୍କ ନେତ୍ରୁତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ରାଲି ମୁଖ୍ୟ ବଜାରରେ ଥିବା ରାମ ମନ୍ଦିର ଛକ ଠାରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ଶେଷ ହୋଇଛି।ସଡକ ସୁରକ୍ଷା ବାର୍ତ୍ତା ଦେଇ ଏହି ରାଲି ବାହାରିଥିବା ବେଳେ ବ୍ଲକ ଡ୍ରାଇଭର୍ ସଂଘ ଓ ସ୍ଥାନୀୟ ଜନ ପ୍ରତିନିଧି ମିଳିତ ଭାବେ ଏହି ରାଲିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ନିହାର ରାୟ, ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ, ବିଧାୟକଙ୍କ ବ୍ଲକ ପ୍ରତିନିଧି , ବ୍ଲକ ବିଜେପି ସଭାପତି କୋଟାମ ବାଲାୟା ସମେତ ଡ୍ରାଇଭର଼ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିସହ ପଡିଆ ପୋଲିସ ପକ୍ଷ୍ୟରୁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୁଭେନ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ, ନ୍ୟାୟ ଓ ଅଧିକାର, ବାଲ୍ୟ ବିବାହ ପ୍ରତିରୋଧ, ସାଇବର କ୍ରାଇମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ଆସିଥିବା ଲିଙ୍ଗ ବିଶେଷଜ୍ଞ ସମ୍ବଲ କୋରା ମିଶାଇଲ ରାଜୁ ତାଲିମ ପ୍ରଦାନ କରିଥିବା ବେଳେ ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ପଡିଆ ଥାନା ଏସଆଇ ଦେବେନ୍ଦ୍ର ଭତ୍ରା ଓ ଏଏସଆଇ ଅନିଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0