କରଞ୍ଜିଆ ଠାରେ ନୂତନ ଆମିଷ ମାର୍କେଟ ଦୋକାନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ।ଯୋଗଦେଲେ ବିଧାୟକ ପଦ୍ମଚରଣ ଏବଂ ସାଂସଦ

Oct 9, 2026 - 19:29
 0  2
କରଞ୍ଜିଆ ଠାରେ ନୂତନ ଆମିଷ ମାର୍କେଟ ଦୋକାନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ।ଯୋଗଦେଲେ ବିଧାୟକ ପଦ୍ମଚରଣ ଏବଂ ସାଂସଦ

କରଞ୍ଜିଆ,୯/୧୦:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନୂତନ ବସଷ୍ଟାଣ୍ଡ ନିକଟସ୍ଥ ମାଛ ମାଂସ ମାର୍କେଟ ର ଦୋକାନଘର ବହୁ ବର୍ଷ ହେବ ଭାଙ୍ଗି ରୁଜି ଯାଇ ଦୋକାନ ଘର ଗୁଡ଼ିକ ଜରାଜୀର୍ଣ୍ଣ ହୋଇପଡିଥିଲା। ତେଣୁ କରଞ୍ଜିଆ ଏନ୍ଏସି ପକ୍ଷରୁ ଏହାକୁ ନୂତନ ଭାବେ ନିର୍ମାଣ ପାଇଁ ଆଜି ପଦକ୍ଷେପ ସ୍ୱରୂପ କେନ୍ଦୁଝର ସାଂସଦ ଏବଂ ମାନ୍ୟବର କରଞ୍ଜିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଚରଣ ହାଇବୁରୁ ପ୍ରମୁଖ ଉକ୍ତ ମାର୍କେଟ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାସୀନ୍ଧୁ ପରିଡା,ବିଡିଓ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ, କରଞ୍ଜିଆ ଏନ୍ଏସି ଅଧକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧ୍ୟକ୍ଷ ଶ୍ରୀ ସ୍ୱରୂପ କୁମାର ପରିଜା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରାମ କିସ୍କୁ,ୱାର୍ଡ କାଉନସିଲର ଶ୍ରୀଯୁକ୍ତ ବିଶ୍ୱଜିତ ଚୌଧୁରୀ,ନମୀତା ଘଣ୍ଟିଆଳୀ, ବରିଷ୍ଠ ବିଜେପି ନେତା ଶ୍ରୀ କୃପାସିନ୍ଧୁ ମହାନ୍ତ, ଆଶିଷ କୁମାର ମହାନ୍ତ,ଲୁନା ମିଶ୍ର,ତାପସ କୁମାର ଦାସ, ନବ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ବିଶିଷ୍ଟ ପଣ୍ଡିତ ଶ୍ରୀ ସୁନିଲ କୁମାର ଶର୍ମା ଙ୍କ ପୂଜାର୍ଚ୍ଚନା ପରେ ସାଂସଦ ଏବଂ ବିଧାୟକ ପଦ୍ମଚରଣ ହାଈବୃ ନାରିକେଳ ସମର୍ପଣ କରି ଭିତ୍ତିପ୍ରସ୍ତର କୁ ଅନାବରଭ କରିଥିଲେ। କାର୍ଯ୍ୟକ୍ରମ କୁ ଏନ୍ଏସି କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ