ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ

Oct 9, 2026 - 16:21
 0  8
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସରେ ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତଙ୍କୁ ୮ ପଦକ

*ମାଲକାନଗିରି, ୯/୧୦/୨୬:* କେନ୍ଦୁଝର ଠାରେ ଗତ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୭୦ତମ ରାଜ୍ୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର କ୍ରୀଡାବିତ୍ ମାନେ ଚମତ୍କାର ପ୍ରଦର୍ଶନ କରି ୮ ଟି ପଦକ ହାସଲ କରିଛନ୍ତି । ୧୪ ବର୍ଷରୁ କମ ବାଳକ ବିଭାଗରେ ସରକାରୀ ଏସ୍. ଏସ୍. ଡି ବିଦ୍ୟାଳୟନ, ମୁଦୁଲିପଡାର ଛାତ୍ର ପୀତବାସ ଶିଷା ୪୦୦ମି. ଦୌଡରେ ସ୍ୱର୍ଣ୍ଣପଦକ, ୧୦୦ ମି. ଦୌଡରେ ବ୍ରୋଞ୍ଜ ପଦକ, ୨୦୦ ମି. ଦୌଡରେ ବ୍ରୋଞ୍ଜ ପଦକ ଓ ୪/୧୦୦ ମି. (ଦଳଗତ ) ରିଲେରେ ସ୍ୱର୍ଣ୍ଣପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ହାସଲ କରିଛନ୍ତି। ସେହିପରି ୧୪ ବର୍ଷରୁ କମ୍ ବାଳକ ବିଭାଗରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କିଆଙ୍ଗର ମହେନ୍ଦ୍ର ନାୟକ ଉଚ୍ଚଡିଆଁରେ ରୌପ୍ୟ ପଦକ, ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ, ସଦାଖିଲ ରିଲେ ଦୌଡରେ ସ୍ବର୍ଣ୍ଣପଦକ, ରାଜେଶ ଗୋଲରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆର୍ ଏସ ସି -୬ ଡିସ୍-କସ୍ ଥ୍ରୋରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଦଳପତିଗୁଡାର ଛାତ୍ରୀ କରିନା ଦଳପତି ସଟ୍-ଫୁଟ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଓ ୧୭ ବର୍ଷରୁ କମ୍ ବଳକ ବିଭାଗରେ ୪/୧୦୦ ମି. ରିଲେ ଦୌଡ଼ରେ ଜଗନ୍ନାଥ ନାୟକ, ଆକାଶ ବନ୍ଦମ୍, ସଲିମ ମାଡକାମୀ, ଅଭି ମାଡକାମି, ୩ୟ ସ୍ଥାନ ହାସଲ କାରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାକୁ ୨ଟି ସ୍ୱର୍ଣ୍ଣ, ୧ଟି ରୋପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ସମେତ ମୋଟ ୮ଟି ପଦକ ମିଳିଛି। ମାଲକାନଗିରି ଜିଲ୍ଲାର ଏହି ସଫଳତା ଜିଲ୍ଲାର କ୍ରୀଡା ଜଗତରେ ଉତ୍ସାହ ସୃଷ୍ଟି କରିଛି। ଜିଲ୍ଲା ପ୍ରତିଯୋଗୀଙ୍କ ସଫଳତା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାଗିରଥି ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ୍ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ସମସ୍ତ ଖେଳାଳି, ଟିମ୍ ମ୍ୟାନେଜର, କୋଚ୍ ଓ ଖେଳ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ