ମୟୁରଭଞ୍ଜ ଛଉର ୧୦ ଦିନିଆ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ଉଦଘାଟିତ (ଜିଲ୍ଲାର ୧୦୦ ଶିଳ୍ପୀ ନେବେ ତାଲିମ)

Sep 18, 2026 - 18:00
 0  17
ମୟୁରଭଞ୍ଜ ଛଉର ୧୦ ଦିନିଆ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ଉଦଘାଟିତ (ଜିଲ୍ଲାର ୧୦୦ ଶିଳ୍ପୀ ନେବେ ତାଲିମ)

ବାରିପଦା - ତା :-୧୮/୦୯/୨୬ ରିଖ ମୟୁରଭଞ୍ଜ ଛଉ ନୃତ୍ୟର ଐତିହ୍ୟ ଓ କଳାକୁ ଆହୁରି ସମ୍ବୃଦ୍ଧ ଓ ପରିମାର୍ଜିତ କରିବା ପାଇଁ ସ୍ଥାନୀୟ ବେଲଗଡ଼ିଆ ପ୍ୟାଲେସରେ ୧୦ ଦିନିଆ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି I କଣ୍ଟାକ୍ଟ ବେସ ଓ ବାଂଲା ନାଇଟ ଡଟ କମ ପକ୍ଷରୁ ଆୟୋଜିତ ଏହି ଶିବିରରେ ଜିଲ୍ଲାର ୧୦୦ ଜଣ ଛଉ ଶିଳ୍ପୀ ଯୋଗଦାନ କରିଛନ୍ତି I ବିଶିଷ୍ଟ ଛଉ ଗୁରୁ ଲୋକନାଥ ଦାସଙ୍କ ତତ୍ୱାବଧାନ ଏବଂ ଦିବାର ନାଏକ ଓ ପିୟୁଷ ଘଡେଇଙ୍କ ସହଯୋଗରେ ପ୍ରଶିକ୍ଷାର୍ଥୀମାନେ ଛଉ ନୃତ୍ୟର ଉନ୍ନତ କୌଶଳ, ଭଙ୍ଗୀ, ମୁଦ୍ରା ଓ ଅଭିବ୍ୟକ୍ତି ଉପରେ ବିସ୍ତୃତ ତାଲିମ ପାଇବେ I " ମୟୁରଭଞ୍ଜ ଛଉ କେବଳ ଏକ ନୃତ୍ୟ ନୁହେଁ, ଏହା ସଂସ୍କୃତିର ଏକ ଅମୁଲ୍ୟ ସମ୍ପଦ ହୋଇଥିବାରୁ ଆଜିର ପୀଢ଼ିକୁ ଏହା ସହିତ ଯୋଡ଼ି ଉନ୍ନତ ପ୍ରଶିକ୍ଷଣ ମାଧ୍ୟମରେ ଉଚ୍ଚକୋଟିର ଶିଳ୍ପୀ ଗଢିତୋଳିବା ଏହି ଶିବିରର ଲକ୍ଷ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ବାଂଲା ନାଇଟ ଡଟ କମର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅମିତାଭ ଭଟ୍ଟାଚାର୍ଯ୍ୟ ପ୍ରକାଶ କରିଛନ୍ତି I ଏହି ଶିବିରରେ ଅତିଥି ପ୍ରଶିକ୍ଷକ ଭାବେ ବିଶିଷ୍ଟ ଅନ୍ତର୍ଜାତୀୟ ମାଇମ ଓ ମୁଭମେଣ୍ଟ ଆର୍ଟିଷ୍ଟ ଦେବକୁମାର ପାଲ ଯୋଗଦେଇ ଶିଳ୍ପୀ ମାନଙ୍କର ଶରୀର ଭାଷା, ଅଭିବ୍ୟକ୍ତି ଓ ମଞ୍ଚ ଉପସ୍ଥାପନା କୌଶଳ ଉପରେ ପ୍ରଶିକ୍ଷଣ ଦେବେ ବୋଲି ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ସୁଧୀର କୁମାର ନାୟକ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ