ବ୍ରାହ୍ମଣ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ-2026 ଅନୁଷ୍ଠିତ

Sep 21, 2026 - 12:16
 0  35
ବ୍ରାହ୍ମଣ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ-2026 ଅନୁଷ୍ଠିତ

ନୂଆପଡା : ବ୍ରାହ୍ମଣ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ-2026 ଖରିଆର ରୋଡ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମେ ମା' ସମଲେଇ, ପ୍ରଭୁ ଜଗନ୍ନାଥ ଓ ପର୍ଶୁରାମଙ୍କ ଫୋଟୋ ଚିତ୍ରରେ ମାଲ୍ୟରପଣ ସହ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ନୂଆଖାଇ ପର୍ବ ପାଳନ କରାଯାଇଥିଲା। ଏହି ଅବସରରେ ମଞ୍ଚାସୀନ ବିଶିଷ୍ଟ ବ୍ୟକ୍ତିମାନେ ସମାଜର ସମସ୍ତଙ୍କୁ ନୂଆଖାଇ ଭେଟଘାଟର ଶୁଭେଚ୍ଛା ଜଣାଇଥିଲେ । ସମାଜର ସଦସ୍ୟମାନେ ପରସ୍ପର ସହ ନିଜ ନିଜର ପରିଚିତ ହୋଇ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ଦେଇଥିଲାବେଳେ ନୂଆ ଖାଇ ର ପରମ୍ପରା ସହ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ଗଣ ପର୍ବ କିପରି ହେଇଚି ତାହା ଆସିଥିବା ମଂଚାସୀନ ବରିଷ୍ଠ ବ୍ୟକ୍ତିମାନେ ନିଜ ନିଜର ମତ ପ୍ରକଶ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଶିଶୁଙ୍କ ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା। ହୁଳହୁଳି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ନୃତ୍ୟ ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳାମାନଙ୍କ ପାଇଁ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଶେଷରେ ସମାଜର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇର ପାରମ୍ପରିକ ଆପ୍ୟାୟିତ ହୋଇ ତଳେ ବସି ନୂଆ ଖାଇଥିଲେ । ଏହି ଅବସରରେ ବୟୋଜ୍ୟେଷ୍ଠମାନଙ୍କ ଠାରୁ କନିଷ୍ଠମାନେ ଆଶୀର୍ବାଦ ଗ୍ରହଣ କରିଥିଲେ। ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାଂସ୍କୃତିକ ପରମ୍ପରାକୁ ଆହୁରି ମଜବୁତ କରିବା ସହ ଆଗାମୀ ବର୍ଷ ନୂଆଖାଇ ଭେଟଘାଟ ଓ ପର୍ଶୁରାମ ଜୟନ୍ତୀକୁ ଅଧିକ ଭବ୍ୟ ଓ ସୁସଂଗଠିତ ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ