ବାରିପଦାରେ ଇଂଜିନିୟର୍ସ ଦିବସ ପାଳିତ

Sep 16, 2026 - 22:06
 0  4
ବାରିପଦାରେ ଇଂଜିନିୟର୍ସ ଦିବସ ପାଳିତ

ବାରିପଦା ତା 15/9 ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ ଆସୋସିଏସନ ତଥା ଓଡ଼ିଶା ରିଟାୟାର୍ଡ ଡିପ୍ଲୋମା ଇଂଜିନିୟୟର ସଂଘର ମିଳିତ ଆୟୋଜନରେ ବାରିପଦା ଓଡେଶା ଭବନ ଠାରେ ଇଂଜିନିୟର୍ସ ଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି. ରିଟାୟାର୍ଡ ସଂଘର ସଭାପତି ଇଂ ସନତ କୁମାର ମଣ୍ଡଳଙ୍କ ଅଧ‍୍ୟକ୍ଷତାରେ ଆୟୋଜିତ କାର୍ଯ‍୍ୟକ୍ରମରେ ଇଂ ମନୋଜ ଦଳବେହେରା କାର୍ଯ‍୍ୟକ୍ରମର ଆଭିମୁଖ‍୍ୟ ଓ ସଂଘର ଲକ୍ଷ ସଂପର୍କରେ ଆଲୋକପାତ କରିଥିବା ବେଳେ ଇଂ ବିକାଶ ପାଣି, ଇଂ ନାରାୟଣ ଭୂୟାଁ, ଇଂ ସଞ୍ଜୟ ପଢିଆରୀ, ଇଂ ମୀନକେତନ ଭୂୟାଁ, ପ୍ରକାଶ ଚନ୍ଦ୍ର ଉଦଣ୍ଡରାୟ, ଲିଙ୍ଗରାଜ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଭାରତ ରତ୍ନ ସାର ମକ୍ଷୋଗୁଣ୍ତମ ବିଶ୍ବେଶରାୟାଙ୍କ କର୍ମମୟ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ଇଂ ବିଶ୍ବନାଥ ସାହୁ, ଇଂ ହରିଶ ଚନ୍ଦ୍ର ଦ୍ବାରୀ, ଇଂ ବିଶ୍ବରଞ୍ଜନ ପଣ୍ତା, ଇଂ ଚିତ୍ତରଞ୍ଜନ ନାୟକ, ଇଂ ସର୍ବେଶ୍ବର ପରିଡ଼ା, ଇଂ ପରିକ୍ଷିତ ନାୟକ ପ୍ରମୁଖ କାର୍ଯ‍୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ