ଦେବପ୍ରିୟ ଚକ୍ରଙ୍କ ଜନଜାତି ବିବରଣ ପୁସ୍ତକ ଲୋକାର୍ପିତ

Sep 13, 2026 - 13:57
 0  1
ଦେବପ୍ରିୟ ଚକ୍ରଙ୍କ ଜନଜାତି ବିବରଣ ପୁସ୍ତକ ଲୋକାର୍ପିତ

ବାରିପଦା ତା 12/9 ସ୍ଥାନୀୟ ବାଙ୍କିଶୋଳ ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ପରିସରରେ ଜଣାଶୁଣା ଯୁବ ଲେଖକ ତଥା ଅଧ୍ୟାପକ ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ବିବିଧ ଜନଜାତି ସମ୍ପର୍କିତ ନୂଆ ଗବେଷଣା ପୁସ୍ତକ ଜନଜାତି ବିବରଣ ଲୋକାର୍ପିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଯୋଗଦେଇ ପୁସ୍ତକର ଲୋକାର୍ପଣ କରିବା ସହ ଆଦିବାସୀଙ୍କ ସମ୍ପର୍କରେ ଜଣେ ଅଣଆଦିବାସୀଙ୍କର ମୁଗ୍ଧଦୃଷ୍ଟି ଓ ଅନ୍ତରଙ୍ଗ ପଣ ନରହିଲେ ଏଭଳି ବିମର୍ଶ ଗ୍ରନ୍ଥ ପ୍ରକାଶନ ସମ୍ଭବ ନୁହେଁ ବୋଲି କହିଥିଲେ. ମୁଖ୍ୟବକ୍ତା ଭାବେ ଏମ.ପି.ସି ସ୍ୱୟଂ ଶାସିତ କଲେଜର ଅଧକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ କିସର ଜନ ସମ୍ପର୍କ ଅଧିକାରୀ ସତ୍ୟଜିତ ସୋମ ଓ କିସର ଅତିରିକ୍ତ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ରାୟ ଯୋଗ ଦେଇ ଆଦିବାସୀଙ୍କ ସଂସ୍କୃତି ଏବଂ ପରମ୍ପରା ମହାନ. ଜନଜାତି ବିବରଣର ତଥ୍ୟ ଓ ପ୍ରସଙ୍ଗ ରଚନା କରିଥିବା ଲେଖକ ଜନଜାତିଙ୍କ ପ୍ରତି ବେଶ ଅନ୍ତରଙ୍ଗ ଓ ଯତ୍ନଶୀଳ ବୋଲି କହିଥିଲେ. କିସ ବାରିପଦା ଶାଖାର ଅଧ୍ୟକ୍ଷ ଗଣେଶ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଲେଖକ ଡ. ଚକ୍ର ନିଜ ଲେଖକୀୟ ଅଭିବ୍ୟକ୍ତିରେ ମୟୂରଭଞ୍ଜରେ ଦୀର୍ଘ ନଅ ବର୍ଷ ଧରି ଜନଜାତିଙ୍କ ସମ୍ପର୍କରେ ଅନୁସନ୍ଧିତ୍ସା ଓ ଅନ୍ତରଙ୍ଗତାର ଫଳଶ୍ରୁତି ହେଉଛି ଜନଜାତି ବିବରଣ ପୁସ୍ତକର ବୋଲି କହିଥିଲେ. ଏମ.ଏସ.ବି. ୟୁ ର ଗବେଷକ ତୋଷବନ୍ତ ମେହେର ମଞ୍ଚ ସଂଚାଳନ କରିଥିବା ବେଳେ ଚକ୍ରଧର ମହାନ୍ତ, ଜୟନ୍ତୀ ଭାଉଁରିଆ, ଅଭିରାମ ସୋରେନ, ଭୂପତି ଶିଙ୍କୁ, ବିଷ୍ଣୁପ୍ରିୟା ନାଏକ, ମନୀଷା ଦତ୍ତ, ସ୍ମିତା ନିବେଦିତା ଧଳ, ଉଦୟ ମାରାଣ୍ଡି, ସୁରେନ୍ଦ୍ର ମୁର୍ମୁ, ଇତିଶ୍ରୀ ଦାସ ପ୍ରମୁଖ ସହଯୋଗ କରିଥିଲେ. କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏମ. ଏସ. ସି. ବି ୟୁର ଗବେଷିକା ରୁକ୍ମଣୀ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ. ଜନଜାତି ବିବରଣ ପୁସ୍ତକକୁ ଭୁବନେଶ୍ୱର ସ୍ଥିତ ଡ଼ଟ ବୁକ୍ସ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଥିବା ବେଳେ ଏଥିରେ ସାନ୍ତାଳ, ପାହାଡି ଖଡିଆ, ବାଥୁଡି, ଭୂମିଜ, ଜୁଆଙ୍ଗ, ପାଉଡି ଭୂୟାଁ, କନ୍ଧ ଓ ହୋ ଜନଜାତିର ସାମାଜିକ ଓ ସାଂସ୍କୃତିକ ଜୀବନକୁ ନେଇ ଚଉଦଟି ଆଲେଖ୍ୟ ରହିଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ