କୁଚେଇ ଠାରେ ରେଳ ଡମ୍ପିଂ ୟାର୍ଡ ନିର୍ମାଣ ପାଇଁ ଦାବି ମୟୂରଭଞ୍ଜ ଲୋକାଲ ଟ୍ରକ ଆସୋସିଏସନର ବୈଠକ

Sep 9, 2026 - 21:52
 0  2
କୁଚେଇ ଠାରେ ରେଳ ଡମ୍ପିଂ ୟାର୍ଡ ନିର୍ମାଣ ପାଇଁ ଦାବି ମୟୂରଭଞ୍ଜ ଲୋକାଲ ଟ୍ରକ ଆସୋସିଏସନର ବୈଠକ

ମୟୂରଭଞ୍ଜ ଜିଲ୍ଲାର ଟ୍ରକ ମାଲିକ ସମେତ ଶ୍ରମିକ ମାନେ ସଂପ୍ରତି କାମଧନ୍ଦା ଅଭାବରୁ କ୍ଷତିରେ ତଥା ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଜିଲ୍ଲାରେ ରେଳପଥ ବିକାଶ ସେମାନଙ୍କ ଆଶାକୁ ଉଜ୍ଜୀବିତ କରିଥିବା ବେଳେ ବାରିପଦା ସହର ଉପକଣ୍ଠରେ ଏକ ରେଳବାଇର ଡମ୍ପିଂ ୟାର୍ଡ ସ୍ଥାପନ ପାଇ ଦାବି ସହିତ ଜାଗା ଚିହ୍ନଟ ପାଇଁ ଦାବି ହୋଇଛି । ବୁଧବାର ସ୍ଥାନୀୟ ସ୍ବସ୍ତିକ କଲ୍ୟାଣ ମଣ୍ଡପ ସମ୍ମଳନୀ କକ୍ଷରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଏହି ଦାବି ହୋଇଛି । ରୁପସା-ବାଙ୍ଗିରିପୋଷି ରେଳପଥ ସହିତ ଭବିଷ୍ୟତରେ ବୁଡାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ-କେନ୍ଦୁଝର ୩ଟି ରେଳପ୍ରକଳ୍ପ ରାଷ୍ଟ୍ରପତିଙ୍କ ଦ୍ବାରା ଶିଳାନ୍ୟାସ ପରେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ଆଗକୁ ବଢୁଛି । ପୂର୍ବରୁ ଟାଟାନଗର-ବାଦାମପାହାଡ ରେଳପଥର ରାଇରଙ୍ଗପୁରରେ ରେଳବିଭାଗର ଡମ୍ପିଂ ୟାର୍ଡ ବା ମାଲଗୋଦାମ କାର୍ଯ୍ୟ କରୁଥିବା ବେଳେ ବାଙ୍ଗିରିପୋଷି-ରୁପସା ରେଳପଥ ବ୍ରଡଗଜରେ ପରିଣତ ପରେ ମାଲଗୋଦାମ ବା ଡମ୍ପିଂ ୟାର୍ଡ ନାହିଁ । ପଡୋଶୀ ବାଲେଶ୍ଵର ଓ ରୁପସା ରେଳଷ୍ଟେସନ ଉପରେ ବର୍ତ୍ତମାନ ଜିଲ୍ଲାବାସୀ ନିର୍ଭରଶୀଳ । ଏଣୁ ନୂତନ ରେଳପଥ ବିକାଶ ସମୟରେ କୁଚେଇ ଠାରେ ଡମ୍ପିଂ ୟାର୍ଡ ସହ ମାଲଗୋଦାମ ସ୍ଥାପନ ହେଲେ ଜିଲ୍ଲାର ଟ୍ରକ ମାଲିକ ସମେତ ଚାଳକ, କର୍ମଚାରୀ ଓ ଶ୍ରମିକ ବହୁ ମାତ୍ରାରେ ରୋଜଗାର ପାଇପାରିବେ । ଏଥିପାଇଁ ମାଲିକ ସଂଘ ପକ୍ଷରୁ ଦକ୍ଷିଣ-ପୂର୍ବ ରେଳବିଭାଗ ନିକଟରେ ସଂଘ ପକ୍ଷରୁ ଦାବି ରଖାଯାଇଥିବା ନେଇ ଆଲୋଚନା ହୋଇଥିଲା । ସଂଘର ସଭାପତି କମଳେନ୍ଦୁ ଦାସଙ୍କ ଟ୍ରକ ବାଲାଙ୍କର ପାଠରେ ଦିବଂଗତ ପ୍ରାକ୍ତନ ସଭାପତି ଅଜୟ ବଦଳରେ ଅଜିତ କୁମାର ନାୟକ ହେବ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଦିବଂଗତ ପୂର୍ବତନ ସଭାପତି ଅଜୟ କୁମାର ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସହିତ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନୂତନ କମିଟି ଦାୟିତ୍ୱ ନେବାର ୧ବର୍ଷ ମଧ୍ୟରେ ଆୟବ୍ୟୟର ହିସାବ ଉପସ୍ଥାପନ ହୋଇଥିଲା । ସଂଘର ନିଜସ୍ୱ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ପାଇଁ ୧୦ଜଣିଆ କମିଟି ଗଠନ ହୋଇଛି । ୧୫ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବେ ବୋଲି ନିଷ୍ପତି ନେଇଛନ୍ତି । ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା ସହ ସମ୍ପାଦକ ପ୍ରକାଶ କର ମହାପାତ୍ର ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ