ପାଟଣାରେ ବୈତରଣୀର ଚଳିତ ଋତୁର ପ୍ରଥମ ବଢ଼ି ପାଣି; ପୋଲ ଉପରେ ଲୋକଙ୍କ ପ୍ରବଳ ଭିଡ଼,

Jul 28, 2026 - 20:01
 0  2
ପାଟଣାରେ ବୈତରଣୀର ଚଳିତ ଋତୁର ପ୍ରଥମ ବଢ଼ି ପାଣି; ପୋଲ ଉପରେ ଲୋକଙ୍କ ପ୍ରବଳ ଭିଡ଼,

ପାଟଣା ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀରେ ଚଳିତ ଋତୁର ପ୍ରଥମ ବଢ଼ି ପାଣି ଆସିଛି। ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇ ଉଫାନ ମାରି ତଳମୁଣ୍ଡକୁ ବହିଯାଉଥିବା ଦେଖିବାକୁ ମିଳିଛି। ବଢ଼ି ପାଣିର ଦୃଶ୍ୟ ଦେଖିବା ସହ ଫଟୋ ଓ ଭିଡିଓ ଉଠାଇବା ପାଇଁ ପାଟଣା ପୋଲ ଉପରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ବର୍ଷାକୁ ଖାତିର ନକରି ଅନେକେ ଛତା ଧରି ପୋଲ ଉପରେ ଠିଆ ହୋଇ ବଢ଼ି ପାଣିର ଦୃଶ୍ୟ ଉପଭୋଗ କରୁଥିଲେ। ତେବେ ଉଫୁଡୁଥିବା ନଦୀ ଓ ବଢ଼ୁଥିବା ଜଳସ୍ତର ମଧ୍ୟରେ ପୋଲ ଉପରେ ଏପରି ଭିଡ଼ ଯୋଗୁଁ ଯେକୌଣସି ସମୟରେ ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଖବର ପାଇ ପାଟଣା ବ୍ଲକ ବିଡିଓ ମାନସ କୁମାର ଦଣ୍ଡପାଟ,

ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ ଓ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଇକ୍ (ଲାଉଡସ୍ପିକର) ଯୋଗେ ପୋଲ ଉପରେ ଠିଆ ହୋଇ ଫଟୋ କିମ୍ବା ଭିଡିଓ ନଉଠାଇବା ଏବଂ ଅନାବଶ୍ୟକ ଭିଡ଼ ନକରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବା ସହ ବନ୍ୟା ପରିସ୍ଥିତିରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ