ଯୁବମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
କେନ୍ଦୁଝର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦଳର ବିଭିନ୍ନ ପଦାଧିକାରୀ ଓ ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ଯୋଗଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବା, ବୁଥ୍ ସ୍ତରରେ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟଯୋଜନା ଉପରେ ଆଲୋଚନା କରିଥିଲେ। ବୈଠକରେ ଉପସ୍ଥିତ ଅତିଥିମାନେ ଯୁବ କର୍ମୀମାନଙ୍କୁ ସଂଗଠନର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସେବାମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ବହୁ ସଂଖ୍ୟକ ଯୁବମୋର୍ଚ୍ଚା କର୍ମୀ ଓ ଦଳୀୟ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0