ନୂଆପଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ମେଘା ପ୍ଲାନଷ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା (ଫାଷ୍ଟ ନ୍ୟୁଜ ଓଡିଶା ):-ବିଶ୍ୱନାଥ ସାମଲ 24/7-ବିଜ୍ଞାପିତ ଅଂଚଳ ପରିଷଦ ନୂଆପଡା ପକ୍ଷରୁ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଚଳ ପରିଷଦର ଅଧ୍ୟକ୍ଷ ମହମଦ ଆଦମ ଖାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜେଲବନ୍ଦ ଠାରେ ମେଘା ପ୍ଲାନଷ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନ୍ଧନ ବ୍ୟାଙ୍କ ଵି ଏମ ସଂଜୀବ ମିଶ୍ର ଯୋଗଦାନ କରି ଗଛ ଲଗାଇବା ସହ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ସମାଜରେ ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଲିଗାଲସେଲର ସମ୍ପାଦକ ନିବେଦିତା ଦାସ ଯୋଗଦାନ କରି ଏକ ପେଡ ମା କେ ନାମ ର ବାର୍ତା ଦେଇଥିଲେ l ଏହି ଅବସର ରେ ବନ୍ଧନ ବ୍ୟାଙ୍କର ସମସ୍ତ କର୍ମଚାରୀ, ଅଂଚଳ ପରିଷଦର ସ୍ଵଛ ସାଥି ସୁପରଭାଇଜର ଟିମ, 9ନଂ ୱାର୍ଡ ର କାଉନସିଲର, ଅଂଚଳ ପରିଷଦର ନିକାଶ ପଣ୍ଡା, ଶରତ ଜାନି, ମନୋଜ କୁମାର ରାଉତ, ଗିରୀଶ କୁମାର ଜାଲ ପ୍ରମୁଖ ଯୋଗଦାନ କରି ଗଛ ଲଗାଇ ପରିବେଶ ସୁରକ୍ଷା ଜୀବନ ରକ୍ଷାର ବାର୍ତା ଦେଇଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0