ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ପାଳିତ
ବାରିପଦା ତା 16/9 ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହୋତ୍ସବ ସ୍ଥାନୀୟ ଚିପଟଅସ୍ତିଆ ସ୍ଥିତ ସତସଙ୍ଗ ବିହାରରେ ପାଳିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ୍ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପ୍ରତ୍ୟୂଷେ ଉଷା କୀର୍ତ୍ତନ, ଉଷା ବିନତି ପ୍ରାର୍ଥନା, ଧର୍ମ ଗ୍ରନ୍ଥ ପାଠ, ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି ଅବସର ରେ ସହପ୍ରତିରତ୍ବିକ ରବିନ୍ଦ୍ର ନାଥ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆୟୋଜିତ ସତସଙ୍ଗ ସଦାଲୋଚନା ସଭାରେ ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ୨ ମିନିଟ ନାମ ଧ୍ୟାନ କରାଯାଇଥିଲା. ଶ୍ରୀଶ୍ରୀ ଠାକୁରଙ୍କ ଶ୍ରୀହସ୍ତ ଲିଖିତ ଗ୍ରନ୍ଥ ସତ୍ୟାନୁସରଣ ପାଠ ଅଧ୍ୟାପ୍ୟ କର୍ମୀ ଡଃ ବିଚିତ୍ରନାଥ ସାହୁ ଓ ନାରୀର ନୀତି ଗ୍ରନ୍ଥ ଅଧ୍ୟାପ୍ୟ କର୍ମୀ ସୁରେନ୍ଦ୍ରନାଥ ମଣ୍ଡଳ ପାଠ କରିଥିଲେ. ରାଧାକୃଷ୍ଣ ପ୍ରଧାନ, ରଞ୍ଜିର ସାହୁ ଭଜନ ପରିବେଷଣ କରିଥିବା ବେଳେ, ଜ୍ୟୋତିର୍ମୟ ସାହୁ ଓ ସଚିନ ଦାସ କୋରସ ଗାନ କରିଥିଲେ. ସହ ପ୍ରତିରିତ୍ବିକ ବିଜ୍ଞାନ ଭୂଷଣ ମହାପାତ୍ର ଉଦଣ୍ଡ କୀର୍ତ୍ତନ ପରିବେଷଣ କରିଥିବା ବେଳେ ବାରିପଦା ସତସଙ୍ଗ ବିହାରର ପରିଚାଳକ ସୁବାଷ ଚନ୍ଦ୍ର ପାଲପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ. ସତସଙ୍ଗର ସହ ପ୍ରତିରିତ୍ବିକ ଗୋକୁଳ ଚନ୍ଦ୍ର ସାହୁ, ମୁକ୍ତି କାନ୍ତ ନାୟକ, ସଙ୍କର୍ଷଣ ସାହୁ ଆଲୋଚକ ଭାବରେ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନ ଓ ଦର୍ଶନ ସମ୍ବନ୍ଧରେ ଆଲୋକ ପାତ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0