କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଜୀବନ ସାହୁ ଗୋରୁମହିଷାଣୀ ଓ ବାଦାମପାହାଡ଼ ଲୁହା ପଥର ଖଣିର ସୁପରିଚାଳନା ସମ୍ବନ୍ଧରେ ଆଲୋଚନା
ବାରିପଦା ତା 16/9 କେନ୍ଦ୍ର କୋଇଲା ଓ ଖଣି ବିଭାଗର ମନ୍ତ୍ରୀ ଜି. କିସାନ ରେଡ୍ଡୀଙ୍କୁ ତାଙ୍କର ୬- ଅଶୋକା ରୋଡ଼, ନୂଆଦିଲ୍ଲୀ ସ୍ଥିତ ବାସଭବନରେ ମୟୁରଭଞ୍ଜର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ ସାକ୍ଷାତ କରି ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଗୋରୁମହିଷାଣୀ ଓ ବାଦାମପାହାଡ଼ ଲୁହା ପଥର ଖଣିର ସୁପରିଚାଳନା ସମ୍ବନ୍ଧରେ ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି. ଏଥି ସହିତ ଜିଲ୍ଲା ସମେତ ରାଜ୍ୟରେ ଥିବା ସମସ୍ତ ଖଣିର ସୁପରିଚାଳନା କିପରି ସୁବ୍ୟବସ୍ଥିତ ଭାବରେ ହେଇପାରିବ ଏବଂ ସ୍ଥାନୀୟ ନିଯୁକ୍ତି ମାଧ୍ୟମରେ ବେକାରୀ ଦୂରୀକରଣ ହେଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି. ଖଣି ତଥା ଶିଳ୍ପରେ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବଗୋଷ୍ଠୀ ମାନଙ୍କୁ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଛନ୍ତି. ତେବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଏ ବିଷୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ମନିଟରିଙ୍ଗ ଟିମ ଗଠନ କରି ସ୍ୱତନ୍ତ୍ର ଭାବେ ଉପରୋକ୍ତ ପ୍ରତ୍ୟେକ କାର୍ଯ୍ୟକୁ ତଦାରଖ କରିବା ସହିତ ଏକ ରିପୋର୍ଟ ପ୍ରସ୍ତୁତ କରି ତାଙ୍କର ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ହେବାକୁ ଥିବା ଓଡିଶା ଗସ୍ତରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅବଲୋକନ କରିବା ସହିତ ଆବଶ୍ୟକ ହେଲେ ନିଜେ ଗୋରୁମହିଷାଣୀ ଓ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଖଣିଗୁଡିକୁ ନିଜେ ପରିଦର୍ଶନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0