ବିଶ୍ୱ ଫିଜିଓଥେରାପି ଦିବସ ଉପଲକ୍ଷେ ଚିକିତ୍ସା ଓ ସଚେତନତା ଶିବିର:୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‌ଚେୟାର ଓ ୨ ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ଲାପଟପ୍ ପ୍ରଦାନ

Sep 8, 2026 - 22:12
 0  2
ବିଶ୍ୱ ଫିଜିଓଥେରାପି ଦିବସ ଉପଲକ୍ଷେ ଚିକିତ୍ସା ଓ ସଚେତନତା ଶିବିର:୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‌ଚେୟାର ଓ ୨ ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ଲାପଟପ୍ ପ୍ରଦାନ

ବାରିପଦା, (୮/୯): ବିଶ୍ୱ ଫିଜିଓଥେରାପି ଦିବସ-୨୦୨୬ ଉପଲକ୍ଷେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ବାରିପଦାଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଫିଜିଓଥେରାପି ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‌ଚେୟାର ଏବଂ ୨ ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଙ୍କୁ ମାଗଣା ଲାପଟପ୍ ପ୍ରଦାନ କରାଯାଇଥିଲା । ଏଥିସହ ୧୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ରୋଗୀ ଶିବିରରେ ଯୋଗଦେଇ ଫିଜିଓଥେରାପି ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧ୍ୟାପକ ଡା. ପ୍ରଫେସର ରିତାଞ୍ଜଳି ବେହେରା, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ବିଜୟ କୁମାର ଦାସ, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଗୋପୀନାଥ ସଏ, ବରିଷ୍ଠ ନାଗରିକ ସଂଘର ପ୍ରତିନିଧି ଡା. ଶ୍ୟାମସୁନ୍ଦର ଦାସ, ଅଭିନବ ଫ୍ୟୁଚରଷ୍ଟିକ୍ ସଂସ୍ଥାର ପରିଚାଳକ ଡା. କେ. ଗଣେଶନ ଏବଂ ନୋଡାଲ ଅଫିସର ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ରହି ଫିଜିଓଥେରାପି ଚିକିତ୍ସାର ଗୁରୁତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିବିରରେ ଡା. ରାମେଶ୍ୱର ପୁଥାଳ, ଡା. ଜୟଶ୍ରୀ ଦାସ ଓ ଡା. ସୌମ୍ୟା ବେହେରା ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସୁପରିଚାଳନାରେ ଜିଲ୍ଲା ପୁନର୍ବାସ କେନ୍ଦ୍ର ଏବଂ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ