ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଚିନ୍ତାଜନକ ଖବର। ସ୍କୁଲ୍ରୁ ନିଖୋଜ ହୋଇଯାଇଛନ୍ତି ୧୪ ବର୍ଷୀୟ ଛାତ୍ର
ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଚିନ୍ତାଜନକ ଖବର। ସ୍କୁଲ୍ରୁ ନିଖୋଜ ହୋଇଯାଇଛନ୍ତି ୧୪ ବର୍ଷୀୟ ଛାତ୍ର। ମାଟାପାକା ସ୍କୁଲରୁ ଛାତ୍ର ଜଣକ ନିଖୋଜ ହୋଇଥିବା ବେଳେ, ଆଜିକୁ ଦୀର୍ଘ ୮ ଦିନ ବିତିଯାଇଥିଲେ ବି ପୁଅର କୌଣସି ଖୋଜଖବର ମିଳିନାହିଁ। ପୁଅକୁ ନପାଇ କାନ୍ଦି କାନ୍ଦି ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ଆସନ୍ତୁ ନଜର ପକାଇବା : ୮ ଦିନ ବିତିଗଲା, ହେଲେ ଫେରିଲାନି ପୁଅ...! କୁଆଡ଼େ ଗଲା ୧୪ ବର୍ଷର ନାବାଳକ? ମାଲକାନଗିରି ଜିଲ୍ଲା ମାଟାପାକା ସ୍କୁଲରୁ ଜଣେ ୧୪ ବର୍ଷୀୟ ଛାତ୍ର ନିଖୋଜ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି।: ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲକୁ ଆସିବା ପରେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ସମ୍ଭାବ୍ୟ ସମସ୍ତ ସ୍ଥାନ, ଆତ୍ମୀୟ ସ୍ୱଜନଙ୍କ ଘର ଏବଂ ସାଙ୍ଗସାଥୀଙ୍କ ପାଖରେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନାହିଁ। ପୁଅର କୌଣସି ପତ୍ତା ନପାଇ ଏବେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ। : ଛାତ୍ର ଜଣକ ସ୍ବେଚ୍ଛାରେ କୁଆଡ଼େ ଚାଲିଯାଇଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଘଟଣାକୁ ୮ ଦିନ ବିତିଯାଇଥିବାରୁ ପୋଲିସ ଏବଂ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0