ପଡିଆ ବ୍ଲକ ବିଜୁ ଜନତା ଦଳର ନୂତନ ବ୍ଲକ କମିଟି କର୍ମକାର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ପଡିଆ: ୬/୨୬: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବିଜୁ ଜନତା ଦଳ ତରଫରୁ ବିଜୁ ଜନତା ଦଳର ନୂତନ ସାଙ୍ଗଠନିକ ବ୍ଲକ କମିଟି ର ସମସ୍ତ ପଦାଧିକାରୀ କର୍ମକାର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ପଡିଆ ବ୍ଲକ ର ନୂତନ ବିଜେଡି ବ୍ଲକ ସଭାପତି ମେସାକ୍ ମାଦ୍ରୀ ଙ୍କୁ ଶଙ୍ଖ ଚିହ୍ନ ଥିବା ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଏବଂ ତତ୍ ସହିତ ବିଜେଡି ପଡିଆ ବ୍ଲକ ର ନୂତନ ପଦାଧିକାରୀ ସନାତନ ବିଶ୍ୱାସ ଉପ ସଭାପତି, ବିଶ୍ୱଜିତ ବିଶ୍ୱାସ ଉପ ସଭାପତି ,ଗଙ୍ଗା କରାମ ଉପ ସଭାପତି,ଦୀପକ ମିର୍ଦ୍ଧା ସାଧାରଣ ସମ୍ପାଦକ ,ଜଗା କରାମ ସମ୍ପାଦକ ,ଦୀପଙ୍କର ବାଉଲ ସମ୍ପାଦକ , ଆନ୍ଦା ମାଡି ସମ୍ପାଦକ , ରାଜା ପଡ଼ିଆମୀ ସମ୍ପାଦକ ,ଦିଲ୍ଲୀପ କୁମାର ପଟିଆ ସମ୍ପାଦକ ,ସୁକୁମାର ଘୋଷ ସମ୍ପାଦକ ପ୍ରମୁଖ ଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ର ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ପଡିଆ ବ୍ଲକ ର ସମସ୍ତ ପଞ୍ଚାୟତ ରେ କି ଭଳି ତୃଣ ମୂଳ ସ୍ତରରେ ବିଜୁ ଜନତା ଦଳର କର୍ମକାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ପାଇଁ ଜିଲ୍ଲା ସଭାପତି ମାନସ ମାଡକାମି ପଡିଆ ବ୍ଲକ ନୂତନ କମିଟି କୁ ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ପ୍ରଫୁଲ କୁମାର ପଣ୍ଡା , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ନାକା ନୁକଲ ରାଜୁ ,ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା , ବିଜେଡି ବରିଷ୍ଠ ନେତା ତଥା ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ , ପଡିଆ ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ, ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି , ବିଜେଡି ବରିଷ୍ଠ ନେତା ତଥା ଜିଲ୍ଲା ସମ୍ପାଦକ ଏମ୍ ଡି ଫାରୁଖ୍ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସଭାପତି ମାନସ ମାଡକାମି ଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ,ଏଥିରେ ବିଜେପି ଓ କଂଗ୍ରେସ ଛାଡି ପୂର୍ଵତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କର୍ଣ୍ଣଧାର ସରକାର ଏମ୍ ଭି .୧୬ ,ରଘୁନାଥ ବିଶ୍ୱାସ ଏମ୍ ଭି. ୫୯ ,ବିକ୍ରମ ଠିକାଦାର ଏମ୍ ଭି .୫୯ ,ସପନ ତାରଫଦାର ଏମ୍ ଭି .୫୯ ,ଲୋକନାଥ ବିଶ୍ୱାସ ଏମ୍ ଭି .୫୯ ,ପ୍ରଶାନ୍ତ ମିସ୍ତ୍ରୀ ଏମ୍ ପି ଭି . ୬୧ ଏବଂ ପ୍ରଦୀପ ବୋଷ ଏମ୍ ଭି .୫୯ ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହେଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0