ଅବ୍ୟବସ୍ଥା ଘେରରେ ଋଷିମାଳ ମହାବିଦ୍ୟାଳୟ:ପାଚେରୀ ଓ ପାନୀୟ ଜଳ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଲେ ପ୍ରସାଶନ ଦୃଷ୍ଟି ଦେଉନାହିଁ
ଦାରିଙ୍ଗବାଡ଼ି, ୧୩/୮ (ସଲମନ୍ ବିନ୍ଧାଣୀ): ଶିକ୍ଷା ଲାଭ କରିବା ପାଇଁ ଏ କି କଷ୍ଟ ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ନା କଥାରେ ସୀମିତ ରହୁଛି ବର୍ଷା ଦିନରେ ବି ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁନି ପାନୀୟ ଜଳ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳା ମହାବିଦ୍ୟାଳୟ ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଭାବେ ପରିଚିତ। ତେବେ ଆବଶ୍ୟକୀୟ ମୌଳିକ ସୁବିଧାର ଅଭାବରୁ ଏହି ମହାବିଦ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ ରହିଛି।ମହାବିଦ୍ୟାଳୟ ପରିସରରେ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇନଥିବା ବେଳେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ସହିତ ଯୁକ୍ତ ତିନି କଳା ଓ ବାଣିଜ୍ୟ (ଅନର୍ସ) ପାଠ୍ୟକ୍ରମ ରହିଛି। ପ୍ରତିଦିନ ପ୍ରାୟ ୧,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଛାତ୍ରୀ ଥିବା ଜଣାପଡ଼ିଛି।ମହାବିଦ୍ୟାଳୟର ଅନ୍ୟତମ ବିଶେଷତ୍ୱ ହେଉଛି ଉପଜିଲ୍ଲାପାଳ ଏହାର ସଭାପତି ରହିଛନ୍ତି। ତଥାପି ମହାବିଦ୍ୟାଳୟ ପରିସରରେ ପାଚେରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ ଚିନ୍ତା ପ୍ରକାଶ କରୁଛନ୍ତି। ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ ପାଣିର ବ୍ୟବସ୍ଥା ନଥିବାରୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଫଳରେ ବିଶେଷକରି ଛାତ୍ରୀମାନେ ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ପାଚେରୀ ନିର୍ମାଣ ଓ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଦୀର୍ଘ ବର୍ଷ ଧରି ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି କରାଯାଇଆସୁଛି। କିଛି ମାସ ପୂର୍ବରୁ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନର ଅଧିକାରୀମାନେ ମହାବିଦ୍ୟାଳୟ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି।ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ବଢ଼ୁଛି। ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ପଡ଼ିପାରେ ବୋଲି ଛାତ୍ରମହଲରେ ଚର୍ଚ୍ଚା ହେଉଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧାକୁ ଦୃଷ୍ଟିରେ ରଖି ପାଚେରୀ ନିର୍ମାଣ ସହ ପାନୀୟ ଜଳ ଓ ଶୌଚାଳୟରେ ନିୟମିତ ଜଳ ଯୋଗାଣ ପାଇଁ ପ୍ରଶାସନ ତୁରନ୍ତ ପକ୍ଷେପ ନେଇ ସମସ୍ୟାର ସମାଧାନ କରିବା ପାଈଁ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0