ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀ ବନ୍ୟାରେ ବ୍ୟାପକ କ୍ଷତି:ସ୍ଥାୟୀ ଭେଡ଼ିବନ୍ଧ ନିର୍ମାଣ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ବାରମ୍ବାର ବନ୍ୟା ଯୋଗୁଁ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟିଛି। ଗଙ୍ଗାହାର ନଦୀ କୂଳରେ ନିର୍ମିତ ଭେଡ଼ିବନ୍ଧର ନିମ୍ନମାନର କାର୍ଯ୍ୟ ହେତୁ ବାରମ୍ବାର ଘାଇ ସୃଷ୍ଟି ହୋଇ ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର ଓ ମାଣତ୍ରୀ ଆଦି ପଞ୍ଚାୟତର ହଜାର ହଜାର ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ନଷ୍ଟ ହୋଇଯାଇଛି। ଏହାର ସ୍ଥାୟୀ ନିରାକରଣ ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆଞ୍ଚଳିକ ବନ୍ୟା ନିୟନ୍ତ୍ରଣ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଗଙ୍ଗାହାର ଭେଡ଼ି ବନ୍ଧରେ ହୋଇଥିବା ଘାଇଗୁଡ଼ିକର ଜରୁରୀକାଳୀନ ଭିତ୍ତିରେ ଅସ୍ଥାୟୀ ମରାମତି କରାଯିବା, ନଦୀର ଉଭୟ ପାର୍ଶ୍ୱରେ ସ୍ଥାୟୀ ପ୍ରଟେକ୍ସନ ୱାଲ ନିର୍ମାଣ କରି ବନ୍ୟା ଦାଉରୁ ଅଞ୍ଚଳକୁ ରକ୍ଷା କରାଯିବା, ନଷ୍ଟ ହୋଇଥିବା ଫସଲର ସଠିକ ଆକଳନ ସହ ଚାଷୀଙ୍କୁ ପୂର୍ଣ୍ଣାଙ୍ଗ କ୍ଷତିପୂରଣ ପ୍ରଦାନ କରାଯିବା ଇତ୍ୟାଦି ଦାବୀ କରାଯାଇଛି. ଜିଲ୍ଲା ପ୍ରଶାସନ ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କମିଟି ସଦସ୍ୟମାନେ ଚେତାବନୀ ଦେଇଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0