ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ରାୟଗଡ଼ା ବନଖଣ୍ଡ ଦ୍ଵାରା,ବନ୍ୟାଞ୍ଚଳ ସ୍ତରୀୟ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

Feb 16, 2025 - 22:06
 0  48
1 / 1

1.

ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ରାୟଗଡ଼ା ବନଖଣ୍ଡ ଦ୍ଵାରା,ବନ୍ୟାଞ୍ଚଳ ସ୍ତରୀୟ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା ବନ ବିଭାଗ ତରଫରୁ ଏକ ଦିନିଆ ସଚେତନତା ଶିବିର ଓ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ଜଙ୍ଗଲ ନିଆଁ ଲାଗିବା ଓ ନିଆଁ ଲଗାଇବା ଏକ ଆଇନ ଗତ ଅପରାଧ ଅଟେ | ବର୍ତମାନ ପ୍ରତ୍ୟେକ ଜାଗାରେ ନିଆଁ ଲାଗିବା ସନ୍ଦେହ ରେ ରାୟଗଡା ସହରର ଫରେଷ୍ଟ ପାର୍କ ରେ ଏକ ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରାୟଗଡା ବ୍ଲକର ଗ୍ରାମବାସୀ ମହିଳା ଓ ପୁରୁଷ ମାନଙ୍କୁ ଜଙ୍ଗଲ ନିଆଁ ଲଗାଇବା ଠାରୁ ନିବୃତ୍ତ ରହିବା ନିମନ୍ତେ ଏବଂ ଜଙ୍ଗଲ ସୁରକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା ସହ ପଶୁ ପକ୍ଷୀ ଙ୍କ ସୁରକ୍ଷା ନିମନ୍ତେ ଏକ ଆଲୋଚନା କରାଯାଇଥିଲା। ଜଙ୍ଗଲ ନିଆଁ ଏବଂ ପୋଡୁଚାଷ ଦ୍ୱାରା ଜଙ୍ଗଲରେ ଥିବା ମୂଲ୍ୟବାନ ବୃକ୍ଷ ନଷ୍ଟ ହୋଇଥାଏ,ଯାହାଦ୍ୱାରା ବାୟୁମଣ୍ଡଳ ଉତ୍ତପ୍ତ ହୋଇଥାଏ ଏବଂ ଓଜନ ଗ୍ୟାସ୍ ସ୍ତର ବାୟୁମଣ୍ଡଳରେ କମିଥାଏ, ଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ,ଜୈବ ବିବିଧତା ନଷ୍ଟ ହୋଇଥାଏ, ଔଷଧୀୟ ବୃକ୍ଷ ନଷ୍ଟ ହୋଇଥାଏ। ମାଁ ଙ୍କ ନାମରେ ଗଛ ଟିଏ ବୃକ୍ଷ ହିଁ ଜୀବନ , ପ୍ରତ୍ୟେକ ପରିବାର ମଧ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇବା ନିମନ୍ତେ କୁହାଯାଇଥିଲା।ଏହି କାର୍ଯ୍ୟକ୍ରମ ଫରେଷ୍ଟ ରେଞ୍ଜ ଅଧିକାରୀ କାମେଶ୍ୱର୍ ଆଚାରି ଙ୍କ ଅଧ୍ୟକ୍ଷତା ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ୍ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରି ଟୁନି ହୁଇକା, ଜିଲ୍ଲା ପରିଷଦ ସଦସ୍ୟ ସଂଧ୍ୟା ପୁଆଲା, ବିଶିଷ୍ଟ ପରିବେଶ ବିତ୍ ଗୌରାଙ୍ଗ ଚରଣ ରାଉତ , ଅଗ୍ନି ଶ୍ରମ ଅଧିକାରୀ, ACF ସତିଶ କୁମାର ଧାରୁଆ, ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ମାନେ ବହୁ ମାତ୍ରାରେ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମ ରେ ସେମାନଙ୍କୁ କର୍ମଶାଳାରେ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇଥିଲା। 

ରାୟଗଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ