ଗୋଶାଳା କୋପ ରେ ସମ୍ବର୍ଦ୍ଧିତ ହେଲେ ମୟୂରଭଞ୍ଜ ଜିଲ୍ଲା ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ ଶିଶିର କୁମାର ମୁନ୍ଦୁୟା
ଉତ୍ତର ଓଡ଼ିଶାର ସର୍ବବୃହତ ଦିବାରାତ୍ରୀ କ୍ରିକେଟ ଟୁର୍ଣାମେଣ୍ଟ ଗୋଶାକପ,ଏହା ମୟୂରଭଞ୍ଜ ଜିଲ୍ଲା ର ସଦର ମହୋକୁମା ବାରିପଦାର ତୁଳସୀ ଚଉରା ଗୋଶାଳା ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏହି ଗୋଶାଳା କପର ନାମ କରଣରବିଶେଷତ୍ଵ ହେଉଛି ଆମ ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ଗୋମାତାଙ୍କୁ ସମ୍ମାନ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ନାମକରଣ କରାଯାଇଛି। ଆଜିର ଉଦଘାଟନି ମେଚ ରେ ଓଡ଼ିଶା ସରକାରଙ୍କର ଲୋକପ୍ରିୟ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ରମହାପାତ୍ର ତଥା ବାରିପଦା ବିଧାୟକ ପ୍ରକାଶ ସରେନ,ସମାଜସେବା ତଥାଶିଳ୍ପପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ଦାସ, ସମ୍ମାନିୟ ପରେଶ ଚଦ୍ର ମହନ୍ତ, ସିନିୟର ସଦସ୍ୟ ବରୁଣ ଘୋଷ, ବିବେକାନନ୍ଦ ନାଏକ, ତଥା ଏହି ଗୋଶାଳା କପ ର ସଭାପତି ସୌମ୍ୟରଞ୍ଜନ ମିଶ୍ର,ଗଦାଧର ନାଏକ, ଆର.କେ.ଦାସ ତଥା ସମସ୍ତ ଏହି କ୍ଲବର ସଦସ୍ୟ ତଥା ଗଣମାଧ୍ୟମ ବନ୍ଧୁମାନେ ଏବଂ ଡାନି...୧୧ ଓ ବଜରଙ୍ଗୀ ଦି ସାଭିୟାର ର ସମସ୍ତ ମେମ୍ବର ଓ ଖେଳାଳି ତଥା ବହୁ ଦର୍ଶକ ଉପସ୍ଥିତ ରହିଏକ ରଙ୍ଗାରଙ୍ଗ ପରିବେଶରେ ଭଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଉଛି। ଏହି ଉତ୍ସବରେ ମୟୁରଭଞ୍ଜ ଜିଲ୍ଲାର ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ମୁନ୍ଦୁୟା ଙ୍କୁ ସଭାପତି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ଏହି ଖେଳପ୍ରତି ଯୁବ ପିଢିଙ୍କ ଆଗ୍ରହ ଓ ପ୍ରତିଭାର ର ବିକାଶ ସହିତ ନିଜର ପରିଚୟସୃଷ୍ଟି କରି ସ୍ଵାବଲମ୍ବି ହୋଇପାରିବେ, ଏଥିପ୍ରତି ଦୃଷ୍ଟି ରଖି ସେ ଏହାର ପ୍ରଚାର ଏବଂ ପ୍ରସାର ରେ ତାଙ୍କ ପୂର୍ଣ୍ଣସହଯୋଗ ରହିବ ବୋଲି ମତବ୍ୟକ୍ତ କରିଛନ୍ତି।
ବାରିପଦାରୁ ...ଗୌର ଦାସ ଗିରି ଙ୍କ ରିପୋଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0