ଟାର୍ଗେଟ ନ ଆସିଲେ ଆନ୍ଦୋଳନ ଟୋକନ ଲେପ୍ସକୁ ବରଦାସ୍ତ କରାଯିବ ନାହିଁ
କୋଲାବିରା, ୧୯ ।୨(ଫାଷ୍ଟ ନ୍ୟୁଜ ଓଡ଼ିଶା): ଗଳ୍ପ ବୃଷ୍ଟି ବିଲମିତ ମୌସୁମା,ରୋକପୋକ ମରୁଚି ପରି ଅନେକ ସମସ୍ୟାର ସମ୍ମୁଖୀନ କରୁଥିବା ଚାଷୀ ଏବେ ନିଜର କଷ୍ଟାପାର୍ଜିତ ଫସଳ ଅମଳ ପରେ ତାର ବିକ୍ରିକୁ ନେଇ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ବ୍ୟାଙ୍କ ସମବାୟ ତଥା ସାହୁକାରଙ୍କ ଠାରୁ ଧାରକରଜ କରି ବହୁ କଷ୍ଟରେ ଚାଷ କରିଥିବା ଚାଷୀ ଉପରେ ଅକାଳ ଚତକ ସଦୃଷ ହୋଇଛି । ଧାନ ଅମଲ ହେବାର ଅନେକ ସମୟ ବିତିଯାଇଥିଲେ ହେଁ ଚାଷୀ ନିଜର ଧାନ ଏ ପର୍ଯ୍ୟନ୍ତ ବିକ୍ରି କରିପାରିନାହିଁ । ଧାନ ମଣ୍ଡି ଖୋଲିବାରେ ବିଲମ, ମଣ୍ଡି ଖୋଲିବା ପରେ ଟୋକନ ସମସ୍ୟା, ତାଉପରେ ପୁଣି ମିଲର୍ସ ମାନଙ୍କ କଟନି ଛଟନିର ବୋଝ ସହିତ ମିଲର୍ସ ଦ୍ଵାରା ପ୍ଲାଷ୍ଟିକ ବସ୍ତୁ ପତ୍ୟାଖ୍ୟାନ କୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତାପ୍ରକଟ ପାଇଛି । ସର୍ବୋପରି ଟୋକନ ଏବଂ ଟାର୍ଗେଟ ସମସ୍ୟାରେ ଜର୍ଜରିତ ସମାସିଂହା ଅଂଚଳର ଚାଷୀ ରାଜରାସ୍ତା ଅବରୋଧ କରିବା ପରି ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ମିଲର୍ସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଝୁଲିରହିଛି ନିଷ୍ପତି । କୋଲାବିରା ବ୍ଲକରେ ଚାଷୀଙ୍କଠାରୁ ଧାନ କ୍ରୟ ଦାଇତ୍ବରେ ଥିବା ୫ଟି ସମବାୟ ସମିତି ଓ ୪ଟି ମହିଳା ଏସଏଚଜିଙ୍କ ନିକଟରେ ଟାର୍ଗେଟ ନଥିବାରୁ ଗତ ୧୩ ତାରିଖ ଠାରୁ ଧାନ କିଣା ସମ୍ପୁର୍ଣ ବନ୍ଦ ରହିଥିଲା । ସମଗ୍ର କୋଲାବିରା ବ୍ଲକ ପାଇଁ ପାଖାପାଖୁ ୨୧ ହଜାର ଦ୍ବିଟାଲ ଧାନ କ୍ରୟ ପାଇଁ ନୂତନ ଟାର୍ଗେତର ଆବଶ୍ୟକତା ରହିଛି l ଟାର୍ଗେଟ ଅଭାବରୁ ଧାନ ବିକ୍ରିକରି ପାରୁନଥିବା ଚାଷି ଆର୍ଥିକ ଦୁର୍ଦସାର ଶିକାର ହେଉଛନ୍ତି । ଚାଷୀ ମାନେ ଟାର୍ଗେଟକୁ ଅପେକ୍ଷା କରି ରହିଛନ୍ତି । ଏନେଇ କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଓ ସୋଚ୍ଚାମାଲ ସମବାୟ ସମିତି ଅଧ୍ଵନ ଚାଷୀମାନେ ଶୀଘ୍ର ଟାର୍ଗେଟ ପ୍ରଦାନ ଦାବିରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ ଏବଂ ଟାର୍ଗେଟ ନଆସିବା କ୍ଷେତ୍ରରେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଥିଲେ । ଦାବି ପତ୍ର ଅନୁଯାୟୀ ସମାସିଂହା ସମବାୟ ସମିତି ପାଇଁ ଆଉ ୨୨୧୪ କ୍ଵିଟାଲ ଓ ସୋଢାମାଲ ସମବାୟ ସମିତି ପାଇଁ ଆଉ ୩୬ ଶହ ପିଂଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ଅପେକ୍ଷାରେ ଚାଷୀ ରହିଛନ୍ତି । ଏଣୁ ଯାଥାଶୀଘ୍ର ନୂତନ ଟାର୍ଗେଟ ପ୍ରଦାନ ପାଇଁ ମା ଦୁର୍ଗା କୃଷକ ସଂଷ ପକ୍ଷରୁ ପ୍ରଦାନ ଦାବିପତ୍ରରେ ଉଲ୍ଲେଖ ରହିଥିଲା । ଯଦି ୧୮ ତାରିଖ ସଂଧ୍ୟା ସୁଦ୍ଧା ନୂତନ ଟାର୍ଗେଟ ନଆସେ ତେବେ ୧୯ ତାରିଖରୁ ଚାଷୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । ତେବେ ସଂଧ୍ୟା ସୁଦ୍ଧା ଉଭୟ ଧାନକ୍ରୟ କେନ୍ଦ୍ର ପାଇଁ ୮ ଶହ କିଂଟାଲ ଲେଖାଏଁ ଟାର୍ଗେଟ ଆସିଥିଲେ ହେଁ ସେତକ ଯଥେଷ୍ଟ ନୁହେଁ ଆହୁରି ଅଧୁକ ଟାର୍ଗେଟ ପ୍ରଦାନ ପାଇଁ ଦାବିରେ ଅଟଲ ରହି ସଂଘ ପକ୍ଷରୁ ଗୁରୁବାର ସକାଲ ୮ ଟାରୁ ସମାସିଂହା ସ୍ଥିତ ବଜରଙ୍ଗ ଛକ ଠାରେ କୃଷକ ସଂଘର ସଭାପତି ଚେତାନନ୍ଦ ପଟେଲ ତୁଲେଶ୍ଵର ପଟେଲ ତୁଲାରାମ ସେନାପତି.କେଦାର ପଟେଲ,ଗୌତମ ନାଏକ ଭିଷ୍ମଦେବ ପଟେଲ ଓଁକାରମଲ ସାହୁ ଲକ୍ଷ୍ମଣ ରୋହିଦାସ,ଗୁରୁ ଚରଣ ସାହୁ କେଶବ ପଟେଲ ବବୁନ ପଟେଲ ପ୍ରମୁଖ କର୍ମକର୍ତା ସହ ଅଂଚଳର ଶତାଧୁକ ଚାଷୀ ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ପରେ ଦିନ ୧୨ ଟା ସମୟରେ କୋଲାବିରା ତହସିଲଦାର ମନୋଜ ପ୍ରଭାକର କୁଜୁର ଘଟନାପୁଲକୁ ପହଂଚି ଆନ୍ଦୋଳନରତ ଚାଷୀ ତଥା କୃଷକ ସଂଘର କର୍ମକର୍ତାଙ୍କ ସହିତ କଥାବାର୍ତା କରିଥିଲେ ମାତ୍ର ଚାଷୀ ଯିଦରେ ଅଟଲ ରହିବା ପରେ କେତେଜଣ ଚାଷୀ ନେତାଙ୍କୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟକୁ ସମସ୍ୟା ଜଣେଇବାକୁ ଯାଇଥିଲେ । ମାତ୍ର ଉଭୟଙ୍କ ସହିତ ସାକ୍ଷାତ ହୋଇନପାରିବାରୁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଦେଖା କରି ସମସ୍ୟା ବିଷୟରେ ଜଣେଇଥିଲେ । ଏବଂ ଯତାଶୀଘ୍ର ଟାର୍ଗେଟ ପ୍ରଦାନ କରି ଚାଷୀଙ୍କ ଧାନ କ୍ରୟ କରାଯାଉ, କୌଣଷି ଚାଷୀଙ୍କ ଟୋକନ ଲେପ୍ସ ବରଦାସସ୍ତ କରାଯିବ ନାହିଁ ଏବଂ ଆଗାମୀ ଦିନରେ ପୁଣି ରାଜରାସ୍ତାକୁ ଉହହ୍ଲେଇବେ ବୋଲି ଚାଷୀ ନେତା ଚେତାନନ୍ଦ ପଟେଲ, ତୁଲାରାମ ସେନାପତି, ଲକ୍ଷ୍ମଣ ରୋହିଦାସକେଦାର ପଟେଲ, ଗୌତମ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି । କୋଲାବିରା ବ୍ଲକ ଅଂଚଳର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । କୃଷି ଏମାନଙ୍କ ମାନଦଣ୍ଡ । ଧାନ ଗହମ ସହ ସମ୍ୟ ଜାତୀୟ ତାଲି ଜାତୀୟ ତୈଲବିଜ ଜାତୀୟ ତନ୍ତୁ ଜାତୀୟ ପନିପରିବା, ମସଲା ଜାତୀୟ ଏବଂ ଆଖୁ ଅମଳ ପରେ ବିକ୍ରି ଅର୍ଥରୁ ଚାଷୀଙ୍କ ସଂସାର ଚଳେ ମରୁଡି ବନ୍ୟା, ବାତ୍ୟା ଭଳି ଦୈବିଦୁର୍ବିପାକରେ ଚାଷୀର ମେରୁଦଣ୍ଡ ଦୋହଲିଯାଉଥିବା ବେଳେ ଏବେ ମିଲର୍ସଙ୍କ ଯୋଗୁଁ ଚାଷୀର ଚିନ୍ତା ବଢିଯାଇଛି ବୋଲି ସେମାନେ କହିଛନ୍ତି । ଆବଶ୍ୟକ ପରିମାଣରେ ଟାର୍ଗେଟ ପ୍ରଦାନ କରି ଚାଷୀଙ୍କ ଧାନ ସରିବା ପର୍ଯ୍ୟନ୍ତ ଅ ଧାନକ୍ରୟରେ କୌଣସି ବାଧା ସୃଷ୍ଟି ନକରିବାକୁ ସେମାନେ ଦାବି ଜଣେଇଛନ୍ତି ।
କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0