କଳାହାଣ୍ଡି ଲୋକମୋଉତ୍ସବ ରେ ବ୍ଲକ ପ୍ରଶାସନ ନିଜେ ନିଜକୁ ଆନନ୍ଦିତ ହୋଇ ସମ୍ମାନିତ ସମ୍ଭାର୍ଦ୍ଧନା ହେଲେ

Jan 8, 2026 - 17:12
 0  237
କଳାହାଣ୍ଡି ଲୋକମୋଉତ୍ସବ ରେ ବ୍ଲକ ପ୍ରଶାସନ ନିଜେ ନିଜକୁ ଆନନ୍ଦିତ ହୋଇ ସମ୍ମାନିତ ସମ୍ଭାର୍ଦ୍ଧନା ହେଲେ

ସରକାର ଗ୍ରାମାଞ୍ଚଳରେ ଥିବା ଲୋକାୟିତ କଲା ପ୍ରତିଭାକୁ ଲୋକଲୋଚନ କୁ ଆଣିବା ପାଇଁ ଏହା ଏକ ପ୍ରୟାସ l କିନ୍ତୁ ଏଠି ସହର ର କଳାକାର କୁ ପ୍ରାଧାନ୍ୟ ଦେଇ ସ୍ଥାନୀୟ ବ୍ଲକ ଅଞ୍ଚଳ ରେ ଥିବା କଳାକାର ମାନଙ୍କୁ ଦୃଷ୍ଟି ଦେଉନ ଥିବା କଳାକାର ମାନଙ୍କୁ ଅଶୋନ୍ତୋଷ ଦେଖାଦେଇଛି l ଏପରି ଯଦି ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ କରିବେ ତାହାହେଲେ ଥୁଆମୂଳ ରାମପୁର କଳା ସଂକୃତିର କିପରି ବିକାଶ ହେବ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ବିଷୟ ପାଲଟିଛି l ଅଞ୍ଚଳ ରେ କୃତିତ୍ୱ ହୋଇ ଥିବା ବ୍ୟକ୍ତିଙ୍କୁ ଲୋକଲୋଚନ କୁ ଆଣିବା ପାଇଁ ଦୃଷ୍ଟି ଦେଉ ନି ବ୍ଲକ ପ୍ରଶାସନ l ଯେଉଁ ଯେଉଁ ବ୍ୟକ୍ତି କେଉଁଠି କେଉଁ କାର୍ଯ୍ୟରେ ସଫଳତା ହୋଇଛି ତାହା ବ୍ଲକ ପ୍ରଶାସନ ପାଖରେ ତାଲିକା ରହୁ ନାହିଁ ତାହା ଏକ ବଡ଼ ପ୍ରଶ୍ନ? ବ୍ଲକ ପ୍ରଶାସନର ଥିବା କର୍ମଚାରୀ ବାବୁ କିଏ କେଉଁ କାର୍ଯ୍ୟରେ ସଫଳତା ପାଇ ଲୋକ ମୋଉତ୍ସବରେ ସମ୍ମାନିତ ହେଲେ ତାହା ସାଧାରଣ ଲୋକ ଜବାବ ମାଗୁଛନ୍ତି l କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଉ ଥିବା ଅର୍ଥ କୁ କେମିତି ନିଜ ନିଜ ପକେଟ ଗରମ କରିବା ପାଇଁ ଯୋଜନା କରାଯାଇଛି l ଚୌକି ଅଭାବ ଥିଲା ପାଇଁ ଶହ ଲୋକେ ଠିଆ ହୋଇ ଶୀତ କାକର ରେ କଷ୍ଟ ଯନ୍ତ୍ରଣାରେ ସଂକୃତି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିଲେ l ଲୋକଙ୍କ ଅସୁବିଧା ନ ହେଉ ବୋଲି ବାରମ୍ବାର ବୈଠକ କରି ନିଷ୍ପତି ନେଇଥିବା କଥା ଏଠି ମୂଲ୍ୟହିଁନ l କାହା ପାଇଁ କଳାହାଣ୍ଡି ଉତ୍ସବ କରାଯାଉଛି? ନା ସରକାରୀ କର୍ମଚାରୀ ପାଇଁ କଳାହାଣ୍ଡି ଉତ୍ସବ ଯଦି କାହିଁ ଡିଡିମ୍ବ ମାରି ଡାକିଲ ସାଧାରଣ ଜନତାକୁ l ଏଥିରେ ବିଭିନ୍ନ ପ୍ରକାର ଜ୍ଞାନୀ ଗୁଣି, ବୁଦ୍ଧି ଯିବି, ନେତା ରାଜନେତା, ବଡବଡିଆ ବାବୁ ମାନେ ଚୌକି ରେ ବସିଲେ ହେବ ନାହିଁ ଯାଇଥିବା ଲୋକଙ୍କ ସୁବିଧା କରି ଦେବା ଆବଶ୍ୟକ ରହିଛି l ଲୋକଙ୍କ ପାଇଁ ଏହି କଳାହାଣ୍ଡି ଉତ୍ସବ ତାହା ବଦଳରେ ସମ୍ପୂର୍ଣ ଭାବେ କେବଳ ବ୍ଲକ ପ୍ରଶାସନ ପରିଚାଳନା କଲେ l ସରକାରୀ କର୍ମଚାରୀ ମାନେ ହିଁ କଳାହାଣ୍ଡି ଉତ୍ସବର ଦାୟିତ୍ୱ ନେଇଥିବା ବେଳେ ଅଞ୍ଚଳ ବାସିଙ୍କୁ ସୁଯୋଗ ମିଳିଲା ନାହିଁ କି ଦିଆଗଲା ନାହିଁ l ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା କରାଯାଉ ଥିବା ବେଳେ ଚଳିତ ବର୍ଷ ବି ପାଳିତ ହୋଇଯାଇଛି l ରାଜ୍ୟରେ ପ୍ରତେକ ଜିଲ୍ଲା ରେ ନିଜ ଜିଲ୍ଲା ର କଳା ପ୍ରତିଭା କୁ ଲୋକଲୋଚନ କୁ ଆଣିବା ପାଇଁ ଏହା ଏକ ପ୍ରଚେଷ୍ଟା l କିଛି ଲୋକ ଙ୍କ ସ୍ୱାର୍ଥ ରେ କାର୍ଯ୍ୟକ୍ରମ କରାଯାଉଛି l ତେଣୁ ବିନା ସ୍ୱାର୍ଥ ରେ କିଛି କାର୍ଯ୍ୟକ୍ରମ କରୁ ନ ଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି l କାର୍ଯ୍ୟକ୍ରମ ରେ ବିନିଯୋଗ ଅର୍ଥ ବିଭିନ୍ନ ଦିଗର ଆଦାୟ କରି କରାଯାଉଛିl ଏହାର କାର୍ଯ୍ୟକ୍ରମକୁ ନେଇ ସାଧାରଣ ଜନତା ଟିପ୍ପଣୀ ମାଗିଲେ ଦେଉ ନ ଥିବା ଜନତା ମହଲରେ ଆଲୋଚନା ହେଉଛି l ଏଥିରେ ଭିତରିଆ ରହସ୍ୟ କଣ ହୋଇ ଥାଇ ପାରେ ବନ୍ଧୁଗଣ l ଆଗାମୀ ଦିନରେ ସଠିକ ଭାବରେ କାର୍ଯ୍ୟକ୍ରମ କରାଯିବା ପାଇଁ ସାଧାରଣ ରେ ଦାବୀ ହେଉଛି l

What's Your Reaction?

Like Like 2
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ