ଚୁଆଁ ପାଣିରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ
ଦାରିଙ୍ଗବାଡି୨୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଡାନକେତା ଗ୍ରାମରେ ଘଟିଛି ଅଘଟଣ ପାଡାନକେତା ଗ୍ରାମର ଆକାଶ ପ୍ରଧାନଙ୍କ ପ୍ରଥମ ଶିଶୁକନ୍ୟା ଆୟୁଶି ପ୍ରଧାନ (୪) ଅଙ୍ଗନବାଡ଼ି ଶିଶୁ କନ୍ୟାବୋଲି ଜଣା ପଡ଼ିଛି l ମୃତ୍ୟୁ ଶିଶୁକନ୍ୟା ସକଳେ ସାଧାରଣତନ୍ତ୍ର ଦିବସ ପାଳନ ପାଈଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ସାଧାରଣତନ୍ତ୍ର ଦିବସ ପାଳନ ପରେ ଘରକୁ ଫେରି ଥିଲେ ଆଉ ପାଣି ଗାଧେଇବା ପାଇଁ ନିକଟସ୍ଥ ବିଲରେ ଥିବା ଚୂଆଁ କୁ ଯାଇଥିଲେ ହେଲେ କୌଣସି କାରଣରୁ ଶିଶୁକନ୍ୟାଟି ଚୂଆ ରେ ପଡ଼ି ଯାଇଥିଲେ ପିଲାର ଘରକୁ ଫେରିବା ବିଳମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି ପରେ ପିଲାର ଆଈ ମାଆ ଚୁଆ ପାଣିରେ ପଡ଼ି ମୃତ୍ୟୁ ପରେ ଭାସୁଥିବାର ଦେଖିଥିଲେ ଭାବ ବିହଳ ହୋଈ ଶିଶୁ କନ୍ୟା ଟିକୁ ମୃତଅବସ୍ତାରେ ଉଦ୍ଧାର କରି ଉଠାଇ ଆଣି ନିକଟସ୍ଥ ଥାନାରେ ଜଣାଇବା ସହ ତହସିଲ୍ କାର୍ଯ୍ୟାଳୟ ରେ ମଧ୍ୟ ଜଣାଇଥିଲେ ପରେ ମୃତ ଶରୀରକୁ ଦାରିଙ୍ଗବାଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶବ ବ୍ୟବଚ୍ଛେଦ କରି ନିଜ ଘରକୁ ପଠାଇଥିଲେ ତେବେ ଆୟୁସୀ କାହିକିଁ ଚୁଆକୁ ଯାଇଥିଲେ କିପରି ତାଙ୍କର ମୃତ୍ୟୁ ହେଲା ଏହାର ସଠିକ୍ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ IIC କେଶରୀ ଜେନା କହିଛନ୍ତି I ପରବର୍ତୀ ସମୟରେ ଏ ନେଇ ଦାରିଙ୍ଗବାଡି ଥାନାତହସିଲ୍ କାର୍ଯ୍ୟାଳୟ ରେ କାର୍ଯ୍ୟରତ ତହସିଲ୍ ଦର୍ ଧୀରଜ୍ କୁମାର୍ ପାତ୍ର, ରଞ୍ଜିତ କୁମାର୍ ପ୍ରଧାନ,RI ସୁବ୍ରତ ମଲ୍ଲିକ, ହେଡ କ୍ଲୋର୍କ ନ ଦେବା ସହ ମାଡ଼ା କାର୍ଯ୍ଯ ସମ୍ପନ୍ନ ପାଈଁ ୫୦୦୦ଟଙ୍କା ପରିବାରକୁ ଦେଇଥିବା ଦେଖିବାକୁ ମିଳିଛି I ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚରେ ଶୋକ ପରିବେଶ ଦେଖିବାକୁ ମିଳିଛି I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
5
Wow
0