CDPO କାର୍ଯ୍ୟାଳୟ ରେ ଅଫିସର ରାଜ | ଉପରିସ୍ଥ ଅଧିକାରୀ ଙ୍କ ନିର୍ଯ୍ୟାତନା ଯାଗୁଁ ପ୍ରତ୍ୟାହାର ପତ୍ର ଦେଲେ ଅଙ୍ଗନୱାଡ଼ି କର୍ମୀ

Feb 6, 2026 - 15:30
 0  3
CDPO କାର୍ଯ୍ୟାଳୟ ରେ ଅଫିସର ରାଜ | ଉପରିସ୍ଥ  ଅଧିକାରୀ ଙ୍କ ନିର୍ଯ୍ୟାତନା ଯାଗୁଁ ପ୍ରତ୍ୟାହାର ପତ୍ର ଦେଲେ ଅଙ୍ଗନୱାଡ଼ି କର୍ମୀ

କଳାହାଣ୍ଡି: -୬/୨/୨୬ (ବାବୁଲି ହରିଜନ,ଫାଷ୍ଟ ନ୍ୟୁଜ ଓଡିଶା)ଉପରିସ୍ଥ ଅଧିକାରୀ ଙ୍କ ମାନସିକ ନିର୍ଯାତନା, ରେ ଅତିଷ୍ଟ ହୋଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ଜୟପାଟଣା ସାଗୁନ ବାଡି ଅଙ୍ଗନୱାଡ଼ କର୍ମୀ ସୁପ୍ରଭା ନନ୍ଦ 3-୧-୨୦୦୮ ରୁ ନିଜ କାର୍ଯ୍ୟ ଠିକ ରେ ସମ୍ପାଦନା କରି ଆସୁଥିଲେ ।କେନ୍ଦ୍ର ର ସମସ୍ତ ପ୍ରିୟ ଭାଜନ ହୋଇ ଅଛନ୍ତି। କିନ୍ତୁ ଜୟପାଟଣା ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ମିନତି ମହାନ୍ତି ଉଦେଶ୍ୟ ମୂଳକ ଭାବେ ସବୁ ସମୟ ରେ ମାନସିକ ନିର୍ଯାତନା , ଦେଇ ଆସୁଥିବା ରୁ ସ୍ୱାସ୍ଥ୍ୟ ଖରାପ ହେଇ ଯାଉ ଥିବା ହେତୁ କାର୍ଯ୍ୟ ରୁ ପ୍ରତ୍ୟାହାର ପତ୍ର ଦେଇଛନ୍ତି| ଅଙ୍ଗନୱାଡ଼ି କର୍ମୀ। ଶିଶୁ ଏବଂ ପ୍ରସୂତି ମା ଙ୍କୁ ଦିଆ ଯାଉଥିବା ଖାଦ୍ୟ ଯଥା ଛତୁଆ, ଭେଲ ପୁରୀ,ସୁଜି, ଚନା, ଲଡୁ, ଅତି ନିମ୍ନ ମାନର ଦେଇ ମା ମାନଙ୍କୁ ପ୍ରଦାନ କରିବାକୁ ବାଧ୍ୟ କରାଯାଉଛି, ଛତୁଆ ର ବ୍ୟବହାର ତିଆରି କରିବାର ଏକ ମାସ ମଧ୍ୟରେ ବ୍ୟବହାର କରିବାର ଲେଖା ଯାଇଥିବା ବେଳେ ଛତୁଆ ପ୍ୟାକେଟ ରେ ନିର୍ମାଣ କରାଯାଇଥିବା ତାରିଖ ଦିଆ ଯାଉନାହିଁ। ବ୍ୟବହାର ଉପଯୋଗୀ ହେଉନଥିବା ରୁ ଗୋଟିଏ ଛତୁଆ କୁ ଦଶ ଟଙ୍କିଆ ଲୁଣ ବଦଳ କରୁଥିବା ଅଭିଯୋଗ ସୂଚନା ସାମ୍ନା କୁ ଆସିଛି । ମାଆ ମାନଙ୍କ ଏସବୁ ଅଭିଯୋଗ ବିଭାଗ କୁ ଜଣାଇଲେ ଚାକିରି ହରାଇ ବା ର ଭୟ ଦେଖାଇ ନାଲି ଆଖି ଦେଖାଇ ଗାଲି ଗୁଲଜ କରିବା ସହ ବିଭିନ୍ନ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି। ଏ ବିଷୟ ରେ ଜାଣିବା ପାଇଁ ଜୟପାଟଣା cdpo ମହାଶୟା ଙ୍କୁ ଯୋଗା ଯୋଗ କରିବାରୁ ପ୍ରତ୍ୟାହାର ପତ୍ର ଦିଆ ଯାଇଛି କିନ୍ତୁ ଗ୍ରହଣ କରାଯାଇନାହିଁ, ତତନ୍ତ୍ ପରେ ଜଣାପଡ଼ିବ ବୋଲି କହିଛନ୍ତି। ଅଭିଯୁକ୍ତ ସୁପରଭାଇଜର ଙ୍କୁ ଯୋଗାଯୋଗ କରାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନଥିଲା। ସିଡିପିଓ ମହୋଦୟ। କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ