ବାଗଡିହିରେ ହିନ୍ଦୁ ସମ୍ମିଳନୀ ଓ ଯଜ୍ଞ

Feb 4, 2026 - 21:12
 0  6
ବାଗଡିହିରେ ହିନ୍ଦୁ ସମ୍ମିଳନୀ ଓ ଯଜ୍ଞ

କିର୍ମିରା ୪।୨(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ବାଗଡ଼ିହି ଠାରେ ଝାରମୁଣ୍ଡା ଓ ଭିମଯୋର ପଞ୍ଚାୟତର ହିନ୍ଦୁ ସମ୍ମିଳନୀ କମିଟୀ ବାଗଡିହି ପକ୍ଷରୁ ହିନ୍ଦୁ ଜାଗରଣ ଓ କାର୍ଯ୍ୟଧାରାକୁ ନୂତନ ଶକ୍ତି ଉଦ୍ଦେଶ୍ୟରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କନକ ଦୁର୍ଗା ମନ୍ଦିରରୁ ଯାତ୍ରା ବାହାରି ସମ୍ମିଳନୀ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା।ଏଥିରେ ମୁଖ୍ୟଅତିଥି ଅଜୟ କୁମାର ଅଗ୍ରୱ୍ଵାଲ, ଅଖିଳ ଭାରତୀୟ ଗ୍ରାମ ବିକାଶ ସଂଯୋଜକ ଗୁରୁ ରାଜଜୀ ମୁଖ୍ୟବକ୍ତା, ଡ. ସନ୍ତୋଷ କୁମାର ପଟେଲ, ସମାଜସେବୀ ପରମାନନ୍ଦ ବାଗ,ଶଙ୍କର ପଣ୍ଡା, ମହେଶ୍ଵର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମଗ୍ର ହିନ୍ଦୁ ସମାଜ ସନାତନ ସଂସ୍କୃତି, ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତିକ,ହିନ୍ଦୁ ଧର୍ମ ବିଷୟ ମତବ୍ୟକ୍ତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ସମ୍ମିଳିନୀ କମିଟୀ ସଭାପତି ଯୁଗଳ କିଶୋର ପରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କମିଟୀ ସଂଯୋଜକ କେଦାର ବେହେରା ଧନ୍ୟବାଦ ଦେଇଥିଲେ।

କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ