ବୋଡ଼େନ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Feb 23, 2026 - 18:25
 0  8
ବୋଡ଼େନ ବ୍ଲକରେ  ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) କେ ମାଧବୀଲତା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବୋଡ଼େନ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୨୬ଗୋଟି ବ୍ୟକ୍ତିଗତ ଓ ୯ଟି ଗୋଷ୍ଠିଗତ ଏଭଳି ମୋଟ ୩୫ ଗୋଟି ଅଭିଯୋଗର ଶୁଣାଣି ଅତିରିକ୍ତ ଜିଲ୍ଲାପାଳ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, ୧୧ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ବଣ୍ଟନ କରାଯାଇଥିଲା। ହିତାଧୀକାରୀ ମାନେ ହେଲେ ସାଲେପଡ଼ା ଏକ ଗ୍ରାମର ଅଶୋକ ଦଳ, ଭୁବନେଶ୍ୱର ଦଳ, ଦୁର୍ଯ୍ୟଧନ ଦଳ, ଜୟସିଂ ଦଳ, ଦୁରାଦେଇ ମାଝୀ, ଦେବସିଂ ମାଝୀ ଓ ସୁକ୍ଲୀଭାଟା ଗ୍ରାମର ଅଗସ୍ତିରାମ ଚିନ୍ଦା, ଚରଣ ଚିଣ୍ଡା, କ୍ଷତ୍ର ଚିନ୍ଦା, ନିରାନ ଚିନ୍ଦା ଓ ତିକେରାମ ଚିନ୍ଦା । ବୋଡ଼େନ ବ୍ଲକ୍ ପାଇଁ ୧୭ଗୋଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବୀକୃତି ଶିରୋନାମା ମଞ୍ଜୁର ହେଇଥିଲା ବେଳେ ଆଜି ୧୧ ଜଣଙ୍କୁ ବଣ୍ଟନ କରାଗଲା। ବୋଡ଼େନ ବିଡ଼ିଓ ସୁଶାନ୍ତ କୁମାର ରଣା ,ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ଗୋଟିଏ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ଏହି ଅବସରରେ ବାବେବିର ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛ ଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ, ପ୍ରାଣୀ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀ ପାଇଁ ଦିନଟିଏ ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ