।। ବାବୁଲି ହରିଜନ ଇସ୍ତଫା ଦେଇଥିବା ନେଇ:ଚେନ୍ନାଳ ର ମୂଖ୍ୟ ସଂପାଦକ ଙ୍କୁ ପ୍ରଶ୍ନ ।।

Jun 30, 2026 - 17:24
Jun 30, 2026 - 20:58
 0  44
।। ବାବୁଲି ହରିଜନ ଇସ୍ତଫା ଦେଇଥିବା ନେଇ:ଚେନ୍ନାଳ ର ମୂଖ୍ୟ ସଂପାଦକ ଙ୍କୁ ପ୍ରଶ୍ନ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ର ବାବୁଲି ହରିଜନ ନାମକ ଜଣେ ଯୁବକ ଦୀର୍ଘ ୩ବର୍ଷ ଧରି ଖବର ଦାତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ଚେନ୍ନାଳ ମୂଖ୍ୟ ସମ୍ପାଦକ ବାବୁଲା ଖିଲଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ ।ସେହି ବିଶ୍ୱାସ ରେ ବିଷ ଦେଇଥିବା ଭଳି ସନ୍ଦେହ କରାଯାଉଛି ।ସେଇ ସନ୍ଦେହ କୁ ନେଇ ଫାଷ୍ଟ ନ୍ୟୁଜ ଓଡ଼ିଶା ଚେନ୍ନାଲ୍ ର କର୍ମଚାରୀ ସମସ୍ତେ ଏକତ୍ରିତ ହୋଇ ମୂଖ୍ୟ ସଂପାଦକ ଙ୍କୁ ଫୋନ ଯୋଗାଯଗ ମାଧ୍ୟମରେ ପଚାରିବାରୁ ବାବୁଲି ହରିଜନ ବ୍ୟକ୍ତିଗତ ସମସ୍ୟା ଚିଠି ରେ ଦର୍ଶାଇଛନ୍ତି ।କିନ୍ତୁ ମୁଁ ଗତକାଲି ସନ୍ଧ୍ୟାରେ ମକୁନ୍ଦ ବାବୁ ଙ୍କୁ ଲାଇନ ରେ ନେଇ ତାଙ୍କ ସହିତ ଯୋଗାଯୋଗ କରି ପଚାରିବାରୁ ସେ ଦ୍ଵନ୍ଦରେ ଉତ୍ତର ଦେଇ କହିଥିଲେ ଯେ ,ମୋ ଆଡରୁ କିଛି ଭୂଲ ଥିଲେ କ୍ଷମା କରିବେ ମୁଁ ନିଜ ଇଚ୍ଛାରେ ବାହାରି ଯାଉଛି ବୋଲି କହିଥିଲେ । ମୂଖ୍ୟ ସମ୍ପାଦକ ମଧ୍ୟ ଦ୍ଵନ୍ଦରେ ପଡ଼ି ଆଜି ସକାଳେ କଳାହାଣ୍ଡି ଜିଲ୍ଲାର କିଛି ସାମ୍ବାଦିକ ବନ୍ଧୁ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ସେମାନଙ୍କ ଉତ୍ତର ରେ ଆପଣ ବାବୁଲି ଙ୍କୁ ଫାଷ୍ଟ ନ୍ୟୁଜ ର ପେପର ପ୍ରସାରଣ ପାଇଁ ଦେଇଥିଲେ ସେ ତାର କିଛି ସ୍ୱାର୍ଥ ପାଇଁ ଅପବ୍ୟବହାର କରିଛନ୍ତି,ଯାହାର ପ୍ରମାଣ ଆମେ ଆପଣଙ୍କୁ ଦେଇ ପାରିବୁ ବୋଲି କହିଥିଲେ ।ଏ କଥା ଶୁଣି ମୂଖ୍ୟ ସମ୍ପାଦକ ଭାବିଲେ ଯେ ପ୍ରମାଣ ନ ପାଉଣୁ କିଛି କହିବା କଥା ନୁହଁ ।କିନ୍ତୁ କିଛିଟା ସତ୍ୟ ନିଶ୍ଚିତ ଥିବ ସେଥିପାଇଁ ବାବୁଲି ବାବୁ ତାଙ୍କର ନିଜର ଖବରକୁ ପେପର ପ୍ରସାରଣ କରୁଥିଲେ ।ଅନ୍ୟ ସାମ୍ବାଦିକ ମାନଙ୍କ ଖବର କୁ ପେପର ରେ ପ୍ରସାରଣ କଥା କହିଲେ ସମୟ ହେଇ ପାରୁନାହିଁ କହୁଥିଲେ ।ତାପରେ ସମ୍ପାଦକ ବାବୁଲି ହରିଜନ ଙ୍କୁ ତାଙ୍କୁ ଦିଆଯାଇଥିବା ଅପ୍ପୋଇନ୍ଟମେଣ୍ଟ,ପରର୍ମିଶନ,ଆଇଡ଼ି କାର୍ଡ ତୁରନ୍ତ ନିକଟସ୍ଥ ଥାନାକୁ ହସ୍ତାନ୍ତର କରିବାକୁ whatsapp ଏବଂ mail ମାଧ୍ୟମରେ ଜଣେଇ ଦେଇଛି ।ଏ ପର୍ଯ୍ୟନ୍ତ ଥାନାରେ ହସ୍ତାନ୍ତର କରି ନାହାନ୍ତି ନହେଲେ ମୋତେ ସୂଚନା ଦିଆଯାଇଥାନ୍ତା ବୋଲି ଫାଷ୍ଟ ନ୍ୟୁଜ ଓଡ଼ିଶାର ମୁଖ୍ୟ ସଂପାଦକ ବାବୁଲା ଖିଲ କହିଛନ୍ତି ।ତେବେ ଦର୍ଶକ ବନ୍ଧୁ ଦେଖାଯାଉ ଆଗାମୀ ଦିନରେ ବାବୁଲି ହରିଜନ କରିଥିବା  ଅପବ୍ୟବହାର ର ପ୍ରମାଣ ମିଳି ପାରୁଛି କି ନାହିଁ ତାହା ସମୟ କହିବ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ