ଓଡ଼ିଶା ସେବା ପ୍ରଥମ ନବ ସୃଜନ ସଚେତନତା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାରିପଦା, ୧୫ ଅକ୍ଟୋବର ୨୦୨୬: ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିଳ୍ପ କେନ୍ଦ୍ର (DIC), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 'ଓଡ଼ିଶା ସେବା ପ୍ରଥମ ନବ ସୃଜନ ସଚେତନତା କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ୍ଶ୍ରୀ ହେମକାନ୍ତ ସାଏମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଶ୍ରୀ ଦିନେଶ ଶଙ୍କର ହୋତାସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାଗ୍ୟଲକ୍ଷ୍ମୀ ରାଉତ, ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓରମାସ, ନିରଞ୍ଜନ ପଣ୍ଡା, ଡି.ପି.ସି. ମିଶନ ଶକ୍ତି, ମଧୁସ୍ମିତା ଭୂୟାଁ, ପି.ଏମ୍. ଲାଇଭ୍ହୁଡ୍, କାନ୍ଦନ ମାଝୀ, ଟି.ଟି.ଆଇ. ଅଧ୍ୟକ୍ଷ, ତକତପୁର, ନିରୋଜ କୁମାର ପଣ୍ଡା, ମୟୂରଭଞ୍ଜ ଚାମ୍ବର୍ ଅଫ୍ କମର୍ସର ସଭାପତି ଏବଂ ସୌମ୍ୟରୁପ ଦାସ, ମୟୂରଭଞ୍ଜ ଜିଲ୍ଲା ଶିଳ୍ପ ସଂଗଠନର ସମ୍ପାଦକ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଆଲୋଚନା ଓ ଅତିଥିଙ୍କ ବକ୍ତବ୍ୟ:କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚ୍ୟ ବିଷୟ ମୟୂରଭଞ୍ଜ ଜିଲ୍ଲା ପାଇଁ 'ଓଡ଼ିଶା ସେବା ଫାଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜ' (OSFIC 2026) ଉପରେ ପର୍ଯ୍ୟବସିତ ଥିଲା।ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାଏ ଉପସ୍ଥିତ ଯୁବବର୍ଗଙ୍କୁ ସମ୍ବୋଧିତ କରି ମୟୂରଭଞ୍ଜ ଜିଲ୍ଲାରେ ଯୁବ ନବସୃଜନ (Youth Innovation) ଏବଂ ନୂତନ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଦିଗରେି ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତର ଆହ୍ୱାନ ମୁକାବିଲାରେ କାର୍ଯ୍ୟକ୍ରମର ଉପାଦେୟତା: ଆଗାମୀ ଦିନରେ ସରକାରୀ ସେବା ପ୍ରଦାନ ଏବଂ ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଜଟିଳ ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସହାୟକ ହେବ। ସ୍ଥାନୀୟ ଯୁବପିଢ଼ିଙ୍କ ମୌଳିକ ଚିନ୍ତାଧାରା ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସମାଜର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ବାହାର କରାଯାଇପାରିବ, ଯହାକି ଜିଲ୍ଲାର ପ୍ରଗତିକୁ ଆହୁରିତ୍ବରାନ୍ୱିତ କରିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମସ୍ତ ସହାୟକ ଶିଳ୍ପ ଅଧିକାରୀମାନେ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେI
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0