"ଭଞ୍ଜଦୀପ" ପତ୍ରିକାର ମୁଖପତ୍ର ଉନ୍ମୋଚିତ
ବାରିପଦା - ତା :-୧୪/୧୦/୨୬ ରିଖ ମା' ଅମ୍ବିକାଙ୍କ ମନ୍ଦିରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସାହିତ୍ୟ ସଂସଦର ମୁଖପତ୍ର ଷଷ୍ଠଦଶ ସଂଖ୍ୟା "ଭଞ୍ଜଦୀପ" ଉନ୍ମୋଚିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ଡ଼. କୁମରମଣି ନାୟକ, ଉପଦେଷ୍ଟା ଡ଼. ପୁଷ୍ପା ପାତ୍ର, ଡ଼. ଅଳକା ମଞ୍ଜରୀ ଭୂୟାଁ, ବାସନ୍ତୀ ଲତା ମହାପାତ୍ର, ଗୀତା ରାଣୀ ସାହୁ, କୈବଲ୍ୟ ପ୍ରସାଦ ମହାପାତ୍ର, ଭାସ୍ବତୀ ପଣ୍ଡା, ଡ଼. ମାଙ୍ଗଳିକା ମହାପାତ୍ର, ପାର୍ଥ ସାରଥି ମହାନ୍ତି, ଜୁମର ପାତ୍ର, ନିହାରିକା ପଟ୍ଟନାୟକ, କୌଶିକ ଗିରି ପ୍ରମୁଖ ଉପସ୍ଥିତ ରହି ପତ୍ରିକା ବିଷୟରେ ଆଲୋଚନା କରିଥିଲେ I ଉପଦେଷ୍ଟା ସୋମନାଥ ସିଂହ, ଡ଼. ନିରୋଜ କୁମାର ପୋଥାଳ, ଓ ଉପସଭାପତି ଭାସ୍କର ବାରିକଙ୍କ ସହଯୋଗରେ ପତ୍ରିକା ସମ୍ପାଦନ ବୋଲି ଅନୁଷ୍ଠାନର ସମ୍ପାଦିକା ସୁଚରିତା ମହାନ୍ତି ପ୍ରକାଶ କରିବା ସହ ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0