ଠାକୁରମୁଣ୍ଡା ଠାରେ ବିଜେଡି ର ବିଶାଳ ଜନସଂପର୍କ ପଦଯାତ୍ରା

Oct 13, 2026 - 20:45
 0  3
ଠାକୁରମୁଣ୍ଡା ଠାରେ ବିଜେଡି ର ବିଶାଳ ଜନସଂପର୍କ ପଦଯାତ୍ରା

କରଞ୍ଜିଆ, ୧୩/୧୦,ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ବ୍ଲକ ବିଜେଡି ପକ୍ଷରୁ ବିଶାଳ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପ୍ରତ୍ୟକ୍ଷ ଦେବୀ ମାତା ଵାସୁଳୀ ଙ୍କ ମନ୍ଦିର ପରିସରରୁ ପ୍ରାୟ ୩୦୦୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଏବଂ ଜନସାଧାରଣ ପଦଯାତ୍ରା ବାହାରି ରୁଗୁଡିଵେଡା ଗ୍ରାମ କଲ୍ୟାଣି ମଣ୍ଡପ ଠାରେ ପହଞ୍ଚିଥିଲେ। ପୁର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କ ସଭାପତିତ୍ବ ତଥା କରଞ୍ଜିଆ ଉପଖଣ୍ଡ ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଗିରିଧାରୀ ପୁଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମାରାଣ୍ଡି, କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ, ମହିଳା ସଭାପତି କମଳା ମହାନ୍ତ , କରଞ୍ଜିଆ ମହିଳା ସଭାପତି ମମିତା ଚୈଧୁରୀ, କରଞ୍ଜିଆ ବ୍ଲକ ଚେୟାର ମେନ୍ ସୁଭଦ୍ରା ମାରାଣ୍ଡି, ସାଧାରଣ ସମ୍ପାଦିକ ନମିତା ଘଣ୍ଟିଆଳି, କରଞ୍ଜିଆ ବ୍ଳକ ବିଜେଡି ସଭାପତି ପଙ୍କଜ ମହାନ୍ତ, ଯଶିପୁର ବିଜେଡି ବିଧାୟକ ପାର୍ଥୀ ଚକ୍ରଧର ହେମ୍ବ୍ରମ,ଠାକୁରମୁଣ୍ଡା ବ୍ଲକ ସଭାପତି ଚନ୍ଦ୍ର ଶେଖର ପଣ୍ଡା, ବିଜେଡି ନେତା ସୁରେଶ ମହାନ୍ତ, ମହିଳା ସଭାପତି ପ୍ରମିଳା ଲୁଗୁନ, ମହିଳା କାର୍ଯ୍ୟକାରିଣୀ ସଭାପତି ସୁମିତ୍ରା ଦାସ,ଏମ,ଡି ଜରାର ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ବିଜେଡି ନେତା ନନ୍ଦକିଶୋର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ଏହି ବିଜେଡି ପଦଯାତ୍ରା ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ନଭେମ୍ବର ମାସ ୨ ତାରିଖ କରଞ୍ଜିଆ ଠାରେ ସମାପନ ହେବ ବୋଲି ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି ସୂଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ