ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ

Oct 3, 2026 - 04:55
 0  2
ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ

ପଡ଼ିଆ, ୨ /୧୦: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଚର୍ଚ୍ଚ ପ୍ରାଙ୍ଗଣରେ ପବିତ୍ର ଗାନ୍ଧୀ ଜୟନ୍ତୀ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସମାଜ ପ୍ରତି ତାଙ୍କର ଅବଦାନ ସହିତ ବର୍ତ୍ତମାନ ସମୟରେ ବୃକ୍ଷର ମହତ୍ତ୍ୱ ଉପରେ ଅନେକ ଜ୍ଞାନପ୍ରଦ ଓ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ସାମ୍ବାଦିକ ଭାଇମାନଙ୍କ ଦ୍ୱାରା ଚର୍ଚ୍ଚ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ସାମ୍ବାଦିକମାନଙ୍କର ଏହିଭଳି ଜନହିତକର ଓ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଦେଖି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପଡ଼ିଆ ବ୍ଲକ ର ସମସ୍ତ ସାମ୍ୱାଦିକ ଭାଇ ଓ ଭଉଣୀ ମାନେ ଯୋଗ ଦେଇ ସଫଳତାର ସହ ଉପସ୍ଥାପନ ଓ ପରିଚାଳନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ