ଭୁଲ ଇଞ୍ଜେକ୍ସନ ଦେଇଥିବା ରୋଗୀ ଙ୍କୁ ତଦାରଖ କରୁଛନ୍ତି ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ

Oct 3, 2026 - 21:04
 0  2
ଭୁଲ ଇଞ୍ଜେକ୍ସନ ଦେଇଥିବା ରୋଗୀ ଙ୍କୁ ତଦାରଖ କରୁଛନ୍ତି ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ

ଫୁଲବାଣୀ :୩/୧୦/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଥିବା ମୁଖ୍ୟ ଚିକିତ୍ସାଳୟ ରେ ପହଁଞ୍ଚି ଦୁଇ ଦିନ ତଳେ ଭୁଲ ଇଞ୍ଜେକ୍ସନ ଦେଇଥିବା ଘଟଣା କୁ ତଦାରଖ କଲେ ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟବିଭାଗ ନୀଳାମ୍ବର କହଁର। ମେଡିକାଲ କୁ ଯାଇ ସ୍ୱାସ୍ଥ୍ୟ ସେବା ଠିକ ଭାବରେ ପାଉଛନ୍ତି କି ନାହିଁ ତାହା ବିଭିନ୍ନ ବିଭାଗ ଯାଇ ବୁଲି ଦେଖିବା ସହ ଲୋକମାନଙ୍କୁ କଥାବାର୍ତ୍ତା ହୋଇ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ସେଠାରେ ଥିବା ରୋଗୀ ମାନଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୀଥିଲେ। ତେଣୁ ରୋଗୀ ମାନଙ୍କ ସହ କଥାହେବା ସହ ସେ ଏଭଳି କାହିଁକି ହେଲା ବୋଲି ସିଡିଏମଓ ଅଞ୍ଜଳି ଶତପଥି ଓ ମେଡିକାଲ ଅଧିକ୍ଷକ ଡ଼ ନରେନ୍ଦ୍ର ବେହେରା ଙ୍କ ସହ କଥା ହୋଇଥିଲେ। କନ୍ଧମାଳ ର ପ୍ରତ୍ୟେକ ମେଡିକାଲ ଯଥା ଗୁମାଗଡ଼, ଟିକାବାଲି, ଫିରିଙ୍ଗିଆ, ସାରଙ୍ଗଡ଼, ପାବୁରିଆ, ବାଲିଗୁଡା, ଖଜୁରୀପଡା, ରାଇକିଆ, ଉଦୟଗିରି, କେ ନୂଆଗାଁ, ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଚକାପାଦ, ଟିକାବାଲି, କଟ୍ରିଙ୍ଗିଆ ଏଭଳି ମଝିମଝି ରେ ଛୋଟ ବଡ଼ ବିଭିନ୍ନ ମେଡିକାଲ କୁ ଯାଇ ଠିକ ରେ ସେବା ପାଇପାରୁଛନ୍ତି କି ନାହିଁ ତାହା ପଚାରି ବୁଝୁଛନ୍ତି। ତତ ବ୍ୟତୀତ ଫୁଲବାଣୀ ମେଡିକାଲ ରୁ ବ୍ରହ୍ମପୁର ରେଫର କରାଯାଉଥିବା ରୋଗୀ ମାନଙ୍କୁ ମଧ୍ୟ୍ୟ ବ୍ରହ୍ମପୁର ଯାଇ ତାଙ୍କୁ ଭେଟି ସମସ୍ତ ଙ୍କ ର ସମସ୍ୟା ଉପରେ ପଚାରି ବୁଝୁଥିବାରୁ ତାଙ୍କୁ ଅଞ୍ଚଳ ରେ ସାଧୁବାଦ ଦେଉଥିବା ର ଦେଖିବାକୁ ମିଳୁଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ