ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ବୈଠକ:ସୁନୀଲ କୁମାର ପଟ୍ଟନାୟକ ନୂତନ ସମ୍ପାଦକ ନିର୍ବାଚିତ

Oct 13, 2026 - 04:42
 0  9
ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ବୈଠକ:ସୁନୀଲ କୁମାର ପଟ୍ଟନାୟକ ନୂତନ ସମ୍ପାଦକ  ନିର୍ବାଚିତ

ବାରିପଦା ତା ୧୧/୧୦ (ଫାଷ୍ଟ୍ ନ୍ୟୁଜ୍) ବାରିପଦା ତକତପୁର ସ୍ଥିତ ରୁଚି ଗେଷ୍ଟ ହାଉସ ଠାରେ ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ଏକ ମାସିକ ବୈଠକ ସଂଘର ସଭାପତି ତଥା ପୂର୍ବତନ ଏସପି ଦିଲ୍ଲୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ପୂର୍ବତନ ସମ୍ପାଦକ ସ୍ୱର୍ଗତ ସତ୍ୟନାରାୟଣ ସିଂହବାବୁଙ୍କ ଦେହାନ୍ତ ଯୋଗୁଁ ଖାଲି ପଡ଼ିଥିବା ସମ୍ପାଦକ ପଦବୀ ପାଇଁ ସଂଘର ଯୁଗ୍ମ -ସମ୍ପାଦକ ନବୀନ ବିଶ୍ୱାଳ ସୁନୀଲ କୁମାର ପଟ୍ଟନାୟକଙ୍କ ନାମ ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବକୁ ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ କରାଯିବା ପରେ ସୁନୀଲ କୁମାର ପଟ୍ଟନାୟକ ସଂଘର ନୂତନ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏତଦ ବ୍ୟତୀତ ସଂଘ ର ସହ ସମ୍ପାଦକ ଶ୍ରୀ ଛତିଶ ଚନ୍ଦ୍ର ମହାନ୍ତ ଙ୍କୁ ନିଜ କାର୍ଯ୍ୟ ଭାର ସହ ଅତିରିକ୍ତ ଦାୟିତ୍ୱ ଭାବେ କୋଷାଧକ୍ଷ ପଦ ପାଇଁ ଶ୍ରୀଯୁକ୍ତ ବିଶ୍ୱାଳ ଙ୍କ ଦ୍ୱାରା ପ୍ରସ୍ତାବ ଆଗତ ହେବାରୁ ଏହା ମଧ୍ୟ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା. ଏହାବ୍ୟତୀତ ସଂଘର ଆଗାମୀ ବାର୍ଷିକ ସମ୍ମିଳନୀ ଆୟୋଜନ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘର ଏକତା, ପାରସ୍ପରିକ ସହଯୋଗ ଓ ସେବା ମନୋଭାବକୁ ଆହୁରି ସୁଦୃଢ଼ କରିବା ସହ ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭାଗୀଦାର ହେବାକୁ ସଦସ୍ୟମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ବୈଠକର ପରିସମାପ୍ତି ଘଟିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ