କୁଷ୍ଠ ଓ ଫାଇଲେରିଆ ନିରାକରଣ ପାଇଁ ପ୍ରାଇଭେଟ ମେଡ଼ିସିନ ପ୍ରାକ୍ଟିସନେର /ରେଜିଷ୍ଟର ମେଡ଼ିସିନ ପ୍ରାକ୍ଟିସନେର ଙ୍କୁ ପ୍ରଶିକ୍ଷଣ
ରାଇରଙ୍ଗପୁର, ୭ା୧୦ା୨୦୨୬: କୁଷ୍ଠ ଓ ଫାଇଲେରିଆ ରୋଗର ନିରାକରଣ, ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ମିଟିଂ ହଲ୍ରେ PMP/RMPମାନଙ୍କ ପାଇଁ ଏକ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲେପ୍ରା ସୋସାଇଟି, କାଇଣ୍ଡ ଫାର୍ମା ଓ ମୟୁରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣରେ ରାଇରଙ୍ଗପୁର, ବାହାଳଦା ଓ ବାଦାମପାହାଡ଼ ଅଞ୍ଚଳର ପ୍ରାୟ ୩୦ ଜଣ PMP/RMP ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଶ୍ରୀ ଜ୍ଞାନ ରଞ୍ଜନ ହେମ୍ବ୍ରମ ମୁଖ୍ୟ ଅତିଥି ଏବଂ ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ABDO - ଶ୍ରୀ ସୁରେଇ ମାରାଣ୍ଡି, ସାମଜିକ ସୁରେକ୍ଷା ବିଭାଗର ସମ୍ବାରି ମୁର୍ମୁ ଉପସ୍ଥିତ ରହି ପ୍ରାଇଭେଟ ମେଡ଼ିସିନ ପାର୍ଟିସେନେର /ମାନଙ୍କୁ କୁଷ୍ଠ ଓ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଆୟୋଜନ ପାଇଁ ସେମାନେ ଲେପ୍ରା ସୋସାଇଟି ଓ କାଇଣ୍ଡ ଫାର୍ମାର ପଦକ୍ଷେପକୁ ପ୍ରଶଂସା କରିଥିଲେ। ମୟୁରଭଞ୍ଜ ଜିଲ୍ଲା କୁଷ୍ଠ ପରାମର୍ଶ ଦାତା ଡା. ତପନ କୁମାର ମହାପାତ୍ର ଏବଂ ଜିଲ୍ଲା ଭେକଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ତପନ କୁମାର ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ କୁଷ୍ଠ ଓ ଫାଇଲେରିଆ ରୋଗର ଲକ୍ଷଣ, କାରଣ, ଚିହ୍ନଟ, ଚିକିତ୍ସା ଓ ନିରାକରଣ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ରେଫର କରିବାରେ PMP/RMPମାନଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପ୍ରଶିକ୍ଷଣ ସମୟରେ ଲେପ୍ରା ସୋସାଇଟି ଓ କାଇଣ୍ଡ ଫାର୍ମାର ସହଯୋଗରେ ରାଇରଙ୍ଗପୁର ଉପଖଣ୍ଡରେ କୁଷ୍ଠ ଓ ଫାଇଲେରିଆ ପ୍ରଭାବିତ ବ୍ୟକ୍ତିମାନଙ୍କୁ ମାଗଣା MCR ଚପଲ, ସ୍ୱୟଂ ଯତ୍ନ କିଟ୍ ଏବଂ ଜୀବିକା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଲେପ୍ରା ସୋସାଇଟିର MEFC ଶ୍ରୀ ପ୍ରହଲ୍ଲାଦ ମଙ୍ଗରାଜ ପରିଚାଳନା କରିଥିଲେ। ପ୍ରଶିକ୍ଷଣର ସଫଳ ଆୟୋଜନରେ ORW ସୁକୁମତି ହେମ୍ବ୍ରମ, ଅମ୍ବୁବତୀ ଦଳାଇ, ଜଗତବନ୍ଧୁ ସେଠୀ, ପୁଷ୍ପା ମାଝୀ ଓ ଉପେନ୍ଦ୍ର ସର୍ଦାର ସହଯୋଗ କରିଥିଲେ। ଶେଷରେ ଲେପ୍ରା ସୋସାଇଟିର MIS ଶ୍ରୀମତୀ ସୁଭଦ୍ରା ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0