କିର୍ମିରାରେ ଜଳ ଅର୍ପଣ ଦିବସ
କିର୍ମିରା୨।୧୦(ଫାଷ୍ଟ ନିଉଜ ଓଡ଼ିଶା) ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହଯୋଗରେ କିର୍ମିରା ବ୍ଳକ ବିଡମାଲ ଗ୍ରାମରେ ଜଳ ଅର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି।ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଓ ଜଳ ବନ୍ଧକ ଟାଙ୍କି ଉଦ୍ଘାଟନ କରିବା ସହ ସରକାରଙ୍କ ଗ୍ରାମାଞ୍ଚଳରେ "ହର ଘର ଜଳ" ଯୋଜନା, ଜଳ ମହତ୍ଵ ଜଳ ହି ଜୀବନ, ଜଳ ସଂରକ୍ଷଣ,ପରିମିତି ବ୍ୟବହାର ବିଷୟ ମତବ୍ୟକ୍ତ କରିଥିଲେ।ଏବଂ ଜଳ ସମ୍ପଦ ସୁରକ୍ଷା ଓ ସଂରକ୍ଷଣ କୁ ନେଇ ଅତିଥି ଏବଂ ଉପାସ୍ଥିତ ଥିବା ଜନସାଧାରଣ ଶପଥ ପାଠ କରିଥିଲେ।ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ, ସ୍ଵଂୟ ସହାୟିକା,ଗ୍ରାମବାସୀ ବ୍ୟାନର, ପ୍ଳାକାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ସୁରକ୍ଷିତ ପାନୀୟ ଜଳ ଓ ତାହାର ସଂରକ୍ଷଣ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଜ୍ୟୋସ୍ନାମୟୀ ମରାଣ୍ଡି, ଏସଡ଼ିଓ ସୁରେଶ କିସାନ, ବିଡିଓ ଆଭିନାଶ ଲାକ୍ରା, ନାଏକ ସରପଞ୍ଚ ପ୍ରେମ କୁମାର ଜୟପୁରିଆ, ସାଂସଦ ପ୍ରତିନିଧି ବିଜୟ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବ୍ଳକ ଜଳ ଓ ପରିମଳ ଯନ୍ତ୍ରୀ ବିଜୟ ଡନ ସେନା ଅନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0