ଲଗାଣ ବର୍ଷାରେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଛାତ ଫାଟି ଆଁ କଲାଣି ଗଳୁଛି ପାଣି

Oct 2, 2026 - 06:41
 0  41
ଲଗାଣ ବର୍ଷାରେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଛାତ ଫାଟି ଆଁ କଲାଣି ଗଳୁଛି ପାଣି

ଦାରିଙ୍ଗବାଡି ୧/୧୦/୦୨୬(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଛାତରୁ ଲଗାଣ ବର୍ଷାରେ ପାଣି ଝରୁଥିବା ଅଭିଯୋଗ ହୋଇଛି। ବର୍ଷା ହେଲେ ଡାକ୍ତରଖାନା କୋଠା ଭିତରେ ପାଣି ପଡ଼ୁଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ଏପରିକି ରୋଗୀସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉପରେ ଦାରିଙ୍ଗବାଡ଼ି ବ୍ଲକର ୮ଟି ପଞ୍ଚାୟତ ସମେତ ପଡ଼ୋଶୀ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ଲଗାଣ ବର୍ଷା ହେଲେ ସ୍ବାସ୍ଥ୍ୟକେନ୍ଦ୍ର କୋଠାର ଛାତରୁ ପାଣି ଝରି କୋଠା ଭିତରେ ପଡ଼ୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀଙ୍କ ଚିକିତ୍ସା ଓ ରହଣୀରେ ସମସ୍ୟା ସୃଷ୍ଟି ହେଉଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ଆବଶ୍ୟକ ମରାମତି କାର୍ଯ୍ୟ ହୋଇନାହିଁ।ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭରସା ପାଲଟିଛି। ବ୍ରାହ୍ମଣୀଗାଁରୁ ଦାରିଙ୍ଗବାଡ଼ି ଓ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାୟ ୪୦ କିଲୋମିଟର ଦୂର ହୋଇଥିବାରୁ ସ୍ଥାନୀୟ ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ଏହି କେନ୍ଦ୍ର ଉପରେ ଅଧିକ ନିର୍ଭରଶୀଳ।ତେଣୁ ରୋଗୀଙ୍କ ସୁବିଧା ଓ ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରର ଛାତକୁ ତୁରନ୍ତ ମରାମତି କରିବା ସହ ଆବଶ୍ୟକ ରକ୍ଷଣାବେକ୍ଷଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ