ପୂର୍ଣ୍ଣଚନ୍ଦ୍ର ଶିକ୍ଷା ଅନୁଷ୍ଠାନ ସମୂହରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

Oct 13, 2026 - 19:54
 0  20
ପୂର୍ଣ୍ଣଚନ୍ଦ୍ର ଶିକ୍ଷା ଅନୁଷ୍ଠାନ ସମୂହରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

ବାରିପଦା / ରଘୁନାଥପୁର: ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଶିକ୍ଷା ଅନୁଷ୍ଠାନ ସମୂହ ପକ୍ଷରୁ ମଙ୍ଗଳବାର ୧୩ ଅକ୍ଟୋବର ୨୦୨୬ ରିଖ ସକାଳ ୯ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଦିନିକିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୁଖ୍ୟ ବିଷୟ ଥିଲା "୨୧ଶ ଶତାବ୍ଦୀର ଦକ୍ଷତା ଅନୁସାରେ ଶ୍ରେଣୀ ଗୃହ ପରିଚାଳନା ଏବଂ ମାନସିକ ଚାପ ପରିଚାଳନା"। ଏହି ଅବସରରେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ, ଶିରିସବଣୀର ଅଧ୍ୟକ୍ଷା ତଥା ବରିଷ୍ଠ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ସାଧନ ବ୍ୟକ୍ତି ଡ. ବୀଣାପାଣି ଦାଶ ଏବଂ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ଶିକ୍ଷାବିତ୍, ଶିକ୍ଷା ବିଭାଗର ପାଠକ ତଥା ଏଲ.କେ. ମହାବିଦ୍ୟାଳୟ, ବାଙ୍ଗିରିପୋଷିର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ପ୍ରଭାସ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅଙ୍କିତା ବାରିକ୍, ଶୈକ୍ଷିକ ମୁଖ୍ୟ ଡ. ଆଦର୍ଶ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷା ଲିପିକା ଦାସ ଏବଂ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀ ନିରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ପୂର୍ଣ୍ଣଚନ୍ଦ୍ର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ