ବ୍ଳକସ୍ତରୀୟ ସେବା ସେତୁ ଶିବିର

Oct 6, 2026 - 19:36
 0  4
ବ୍ଳକସ୍ତରୀୟ ସେବା ସେତୁ ଶିବିର

କିର୍ମିରା୬।୧୦(*ଫାଷ୍ଟ ନିଉଜ ଓଡ଼ିଶା*) କିର୍ମିରା ବ୍ଳକ କାଦୋବାହାଲ ରେ ବ୍ଲକସ୍ତରୀୟ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଛି।ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଓ ସେବା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରିଥିଲେ।ଶିବିରରେ ବ୍ଳକର ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା, କୃଷି,ଶିଶୁ କଲ୍ୟାଣ, ଗ୍ରାମୀଣ ଆବାସ,ଶ୍ରମ,ସୁଭଦ୍ରା, ସାମାଜିକ ସୁରକ୍ଷା,ପ୍ରାଣୀ ସମ୍ପଦ,ଜୀବିକା ନିଶନ, ପାନୀୟ ଜଳ ବିଭାଗ ଶିବିରରେ ପ୍ରଦର୍ଶନୀ ମେଳା ଲଗାଇ ଜନସାଧାରଣଙ୍କୁ ସଚେତନ କରି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଥିଲେ।କାର୍ଯ୍ୟକ୍ରମରେ ବିଡିଓ ଅଭିନାଶ ଲାକ୍ରା, ତହସିଲଦାର ସଞ୍ଜିବ କୁଲୁ, ସ୍ୱାସ୍ଥ୍ୟ ଅଧିକାରୀ ଘନ ଶ୍ୟାମ ସୁରେନ, ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ସରପଞ୍ଚ ରାଧାରାଣୀ ସା,ସନ୍ତୋଷିନୀ ପଟେଲ,ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ,ବ୍ଳକ ବିଜେପି ସଭାପତି ଉର୍ଦ୍ଧବ ସିଂହ ନାଏକ ମଞ୍ଚାସିନ ଥିଲେ।ଏହି ଅବସରରେ ହିତାଧିକାରୀଙ୍କୁ ଶ୍ରମ କାର୍ଡ, ଆବାସ ଘର,ସ୍ଵୟଂ ସହାୟିକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।ବିପିସି ଚାନ୍ଦାନୀ ବେହେରା ପଞ୍ଚ ପରିଚାଳନା କରିଥିଲେ।ଏବିଡିଓ ଖିଲେଶ୍ଵରୀ କାଲୋ,ବିଏଲଓ ଆଶୁଶେଷ ଦାସ, ମିଶିନ ବିପିସି ଅନୁପମା ମିଞ୍ଜ, କୃଷି ଅଧିକାରୀ ସିମା ଚୈଧୁରୀ, ବ୍ଲକ ଶ୍ରମ ଅଧିକାରୀ ଦିପକ ଏକା ସହ ସବୁ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ