ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ

Oct 3, 2026 - 04:52
 0  25
ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ

ମାଲକାନଗିରି, ୦୨/୧୦: ମାଥିଲି ବ୍ଲକର ଆମ୍ବାଗୁଡା ଗ୍ରାମ ପଂଚାୟତରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ମହାସମାରୋହରେ ଆୟୋଜନ କରାଯାଇଥିଲା। ପଂଚାୟତର ସରପଞ୍ଚ ଶ୍ରୀମତୀ ସୁକୁମାନୀ ଚାଲାଣ, ଏମ ପି ପ୍ରତିନିଧି ଶ୍ରୀଯୁକ୍ତ ବନମାଳୀ ବରଜା, ସମାଜସେବୀ ରାମଚନ୍ଦ୍ର ମାଚ୍ଛା, ଗ୍ରାମର ପୁରୁଖା ନେତା ଏସ କୁତବ ଜାନ ଓ ହର୍ଷ ଟ୍ରଷ୍ଟର ଗୋଷ୍ଠୀ ସ୍ତରୀୟ କର୍ମୀ ମାନଙ୍କ ସହିତ ଗାନ୍ଧିଜୀ ଙ୍କ ଫଟଚିତ୍ର ପାଖରେ ପୁଷ୍ପମାଲ୍ୟ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି ସଭାରେ ୬୦ ରୁ ଉର୍ଦ୍ବ ପଂଚାୟତ ପ୍ରତିନିଧି, ଓଏଲମ ର ଏମ୍ବିକେ, ସିଆରପି, ଉତ୍ପାଦକ ଦଳର ପ୍ରତିନିଧି, ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଥିଲେ।ଏହି ସଭାରେ ବିକଶିତ ଭାରତ ଗ୍ରାମୀଣ ଯୋଜନା ଅଧୀନରେ ଥିବା ଜଳ ଅମଳ ଓ ଜଳ ସରକ୍ଷଣ, ଗ୍ରାମୀଣ ଭିତ୍ତି ପ୍ରସ୍ତର ସ୍ଥାପନ, ଜୀବନ ଜୀବିକା ନିମନ୍ତେ ବାସଗୃହ ଓ ପ୍ରାକୃତିକ ପିପର୍ଯୟ ନିମନ୍ତେ ବ୍ୟାପକ ପ୍ରସ୍ତୁତି, ନିଶା ନିବାରଣ ଓ ସ୍ଵଛ ଭାରତ ନିର୍ମାଣ ନିମନ୍ତେ ଆଲୋଚନା କରାଯାଇ ଲେବର ବିଜେଟ ପ୍ରସ୍ତୁତି କରିବା ବିଷୟରେ ନିଷ୍ପତି ନିଆଯାଇଥିଲା। ଆମ୍ବା ଗୁଡା ପଂଚାୟତ ପରି ଚାଉଳମେନ୍ଦି, ମାଥିଲି, ସାଲିମି, ଟେମୁରୁପାଲି ଓ ମହୁପଦର ପଂଚାୟତରେ ଅନୁଷ୍ଠିତ ଗ୍ରାମସଭାରେ ହର୍ଷ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଉତ୍ପାଦକ ଗୋଷ୍ଟିର ପ୍ରତିନିଧି ମାନେ ଗ୍ରାମର ସମ୍ୱନ୍ୱିତ ପ୍ରାକୃତିକ ପରିଚାଳନା ଯୋଜନା ଗ୍ରାମସଭାରେ ପ୍ରଦାନ କରିଥିଲେ। ଆମ୍ବଗୁଡା ଓ ମାଥିଲି ଗ୍ରାମସଭାରେ ଶ୍ରୀ ଅଶୋକ କୁମାର ମହାରଣା, ସଞ୍ଜନା ପଟନାୟକ ଯୋଗ ଦେଇଥିବା ବେଳେ ସାଲିମି, ମହୁପଦର ଓ ଟେମୁରୁପାଲି ପଂଚାୟତରେ ସର୍ବଶ୍ରୀ ମହନ ନେତୀ, ବଳଦେବ ଭୂମିଆ, ଇନ୍ଦ୍ର ଧାରୁଆ ଓ ନୀଳକଣ୍ଠ ଶୁଆନିଆ ଯୋଗଦେଇ ହର୍ଷ ଟ୍ରଷ୍ଟ ସହଯୋଗରେ ସରକାରଙ୍କ ବହୁବିଧ କାମ କୁ ଭି ବି ଜି ରାମ ଯୋଜନା ମାଧ୍ୟମରେ ସଫଳ କରି ବେ ବୋଲି ମତ ରଖିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ