ଦାରିଙ୍ଗବାଡି ପୋଲିସ ପକ୍ଷରୁ କଡ଼ାକଡ଼ି ଗାଡି ମୋଟର ଯାଞ୍ଚ ଗୋଟିଏ ଦିନ ରେ ୭ଅଟୋ ୫ବାଇକ୍ ଜବତ୍ କରିଛି ପୋଲିସ

Jun 9, 2026 - 19:42
 0  89
ଦାରିଙ୍ଗବାଡି ପୋଲିସ ପକ୍ଷରୁ  କଡ଼ାକଡ଼ି ଗାଡି ମୋଟର ଯାଞ୍ଚ ଗୋଟିଏ ଦିନ ରେ ୭ଅଟୋ ୫ବାଇକ୍ ଜବତ୍ କରିଛି ପୋଲିସ

ଦାରିଙ୍ଗବାଡି :୯/୬(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ୍ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି ଭାବେ କରାଯାଉ ଥିବା ବେଳେ ଗୋଟିଏ ଦିନ ରେ ୭ ଟି ଅଟୋ ଓ ୫ ଟି ଵାଇକ କୁ ସିଜ୍ କରିଥିବା ସୁଚନା ରହିଛି । ଥାନା ଅଞ୍ଚଳ ରେ ବିଭିନ୍ନ ଅପରାଧ ଓ ଦୂର୍ଘଟଣା କୁ ନିୟନ୍ତ୍ରଣ ରେ ଆଣିବା ପାଇଁ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଙ୍କ ନେତୃତ୍ୱ ବିଭିନ୍ନ ସ୍ଥାନ ରେ ବ୍ଲକିଙ୍ଗ ଓ ଚେକିଙ୍ଗ କରଯାଉ ଥିବା ବେଳେ ମଙ୍ଗଳବାର ଦିନ ମୋଟର ଯାନ ଯାଞ୍ଚ କରିବା ସମୟରେ ବିନା ଇନ୍ସ୍ୟୁରାନ୍ସ୍ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ରେ ଚାଲି ଥିବା ୭ଗୋଟି ଅଟୋ ଓ ୫ ମୋଟର ସାଇକେଲ କୁ ଥାନା ରେ ଅଟକ ରଖା ଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ଜେନା ସୁଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ