ବେଲମୁଣ୍ଡାରେ ବଜ୍ରପାତରେ ୨ ଗାଈ ମୃତ
କୋଲାବିରା,୦୨/୦୭( ଫାଷ୍ଟ ନ୍ୟୁଜ ଓଡିଶା)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତ ଅଧିନସ୍ଥ ବେଲମୁଣ୍ଡା ଗ୍ରାମରେ ଗୁରୁବାର ଅପରାହ୍ନ ରେ ପ୍ରବଳ ବଜ୍ରପାତ ଘଟି ୨ ଗାଈ ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି l ଗୁରୁବାର ଅପରାହ୍ନରେ କୋଲାବିରା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା l ବେଲମୁଣ୍ଡା ବେଦୀଛକ ରୁ ଭୋଗରାପାଲି ଯିବା ରାସ୍ତାରେ ବର୍ଷା ରୁ ରକ୍ଷା ପାଇବା ପାଇଁ ୨ଟି ଗାଈ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇ ଥିବା ସମୟରେ ଏକ ବଡ ବଜ୍ରପାତ ଘଟିଥିଲା l ଫଳରେ ଘଟଣା ସ୍ଥଳରେ ହିଁ ୨ ଗାଈ ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି l କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0