ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ: ଏହି ବୟସରେ ମଧ୍ୟ ମିଳି ପାରିନାହିଁ ବାର୍ଦ୍ଧକ୍ୟ ଭତ୍ତା

Jul 17, 2026 - 17:34
 0  26
ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ: ଏହି ବୟସରେ ମଧ୍ୟ ମିଳି ପାରିନାହିଁ ବାର୍ଦ୍ଧକ୍ୟ ଭତ୍ତା

ଫିରିଙ୍ଗିଆ:୧୭/୭/୦୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା) ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକମାନଙ୍କ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଥିବା କହୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହା ପାଇଁ ଏହି ସବୁ ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଥିବା ବେଳେ ଏହି ସବୁ ଯୋଜନାରୁ ସଫଳ ରୂପାୟନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଗରିବ ଅସହାୟ ବୃଦ୍ଧ ଗାଣ୍ଡା କହଁର। ପରିବାର ଅଭିଯୋଗ ଅନୁଯାୟୀ ଆଧାରକାର୍ଡ,ଭୋଟ କାର୍ଡ ରେ ବୟସ ୬୦ ରୁ ଉର୍ଦ୍ଧ ହୋଇ ଯାଇଥିବା ବେଳେ ଆଜି ସୁଦ୍ଧା ମିଳି ପାରିନାହିଁ ବାର୍ଦ୍ଧକ୍ୟ ଭତ୍ତା। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି ହିତାଧିକାରୀ। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ