ରାଇକିଆରେ ଅତି ଧୂମଧାରେ ପାଳିତ ହେଲା ପବିତ୍ର ରଥଯାତ୍ରା:ଭକ୍ତମୟ ହେଲା ସାରା ପରିବେଶ
ସ୍ଥାନ ରାଇକିଆ : କାନ୍ଧମାକ ଜିଲ୍ଲା ରାଇକିଆ ବ୍ଲକ ରେ ପବିତ୍ର ଘଷଯାତ୍ରା ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହଇଯାଇଛି। ଚଳିତ ବର୍ଷ ଶ୍ରୀଜିଉଙ୍କ ଏହି ପବିତ୍ର ରଥଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରେ ପୂଜାର୍ଚନା ଓ ମଙ୍ଗଳାପୁର୍ଣ ପରେ ଚତୁଦ୍ଧାମୂତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଡ଼ କରାଯାଇଥିଲା। ଏହାପରେ ପରମ୍ପରିକ ରୀତିନୀତି ଅନୁ ଯାଇ ଛେରାପହାର କାର୍ଯ୍ୟ ସମ୍ପନ୍ନ ହାଇଥିଲା। ଜୟ ଜଗନ୍ନାଥ ଧୂନି ହୁଳହୁଳି ଏବଂ ଶଙ୍ଖ ନାଦରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ରଥ ଦଉଡ଼ି ଟାଣି ଶ୍ରୀଜୀଙ୍କୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଯାଇଥିଲା। କନ୍ଧମାଳ ଜିଲ୍ଲା ରାଇକିଆ ରୁ ରୋନାଲ ଦିଗଲ ଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0