କସମ୍ କାର୍ଯ୍ୟାଳୟର ତାଲା ଭାଙ୍ଗି ସବୁ ଲୁଟି ନେଲେ ଦୃର୍ବୁତ୍ତ
ଦାରିଙ୍ଗବାଡି ତା:୧୪/୬( ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଘଟିଛି ଏକ ଅଭାବନୀୟ ଘଟଣା , କସମ କାର୍ଯ୍ୟାଳୟ ର ତାଲା ଭାଙ୍ଗି ଗୋଦାମ ଗୃହରୁ ଚୋରୀ ହୋଇ ଯାଇଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଲିଖିତଭିଯୋଗ ହୋଇଛି । ସୁଚନା ଅନୁଯାୟୀ କସମ କାର୍ଯ୍ୟାଳୟ ପକ୍ଷରୁ ଅଞ୍ଚଳ ର ଚାଷୀ ଙ୍କ ଠାରୁ ହଳଦୀ କିଣି ତାକୁ ପ୍ରୋସେସ କରି ଉନ୍ନତ ମାନର ଶୁଦ୍ଧ ହଳଦୀ ଗୁଣ୍ଡ ରାଜ୍ଯ ତଥା ରାଜ୍ଯ ବାହାରେ ବିଭିନ୍ନ ସ୍ଥାନ କୁ ରପ୍ତାନୀ କରାଯାଉଥିଲା। ହେଲେ ୨୦୨୦ମସିହା ପର ଠାରୁ ପ୍ରୋସେସିଙ୍ଗ ୟୁନିଟ୍ ବନ୍ଦ ରହିଥିବା ବେଳେ କେବଳ କଞ୍ଚା ମାଲ କିଣି ବନ୍ଧଗଡ଼ କୁ ପଠା ଯାଉଥିଲା , ଏହି କାର୍ଯ୍ୟାଳୟ ର ଦେଖା ଶୁଣା କରିବା ପାଇଁ ଦାରିଙ୍ଗବାଡି ଥାନା ଅଞ୍ଚଳ ପାଙ୍ଗାଲି ଗ୍ରାମର ସପ୍ନେଶ୍ଵର୍ ପ୍ରଧାନ ଦାୟିତ୍ୱ ତୁଲାଉ ଥିବା ବେଳେ ମଝିରେ ମଝିରେ ସେ ଆସି କାର୍ଯ୍ୟାଳୟ କୁ ବୁଲି ଦେଖୁ ଥିଲେ , ହେଲେ ଗତ ୧୨ ତାରିଖ ଦିନ ସନ୍ଧ୍ୟା ସମୟରେ ସେ ଅଫିସ୍ ଭିତରକୁ ଯାଇ ଦେଖିବା ବେଳକୁ ଅଫିସ ର ତାଲା ଭଙ୍ଗା ଯାଇଥିବା ଦେଖି ଥିଲେ ପୁଣି ୧୩ତାରିଖ ସକାଳ ସମୟରେ ହଳଦୀ ଗୋଦମ୍ ଖୋଲି ଦେଖିଲା ବେଳକୁ କେତେ ଗୁଡ଼ିଏ ହଳଦୀ ବସ୍ତା ଖାଲି ହେବା ସହ ରୋଷେଇ ପାଇଁ ବ୍ଯବହାର କରୁଥିବା ଗ୍ୟାସ ସିଲିଣ୍ଡର , ଗୋଟିଏ ହଳଦୀ ସିଝା ରସ ହଣ୍ଡା, ଦୁଇଟି ରୋଷେଇ ଡେକ୍ ଚି ଆଦି ଚୋରୀ ହୋଇଥିବା ଜାଣିବା ପରେ ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ପାଇଵା ପରେ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଥାନା କେଶ୍ ନଂ ୪୭/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା କହିଛନ୍ତି । ଅନ୍ୟ ପକ୍ଷରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକାଧିକ ଚୋରୀ ମାମଲା ରୁଜୁ ହୋଇ ଥିବା ବେଳେ କୌଣସି ଦୋଷୀ ଧରାପଡ଼ି ନଥିବା ଏକ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ବାସିନ୍ଦା ଚର୍ଚ୍ଚା କରୁ ଥିବା ବେଳେ ପୋଲିସ ପକ୍ଷରୁ ତୁରନ୍ତ ଦୃଢ ପଦକ୍ଷେପ ଗ୍ରହଣ କରି ଦୋଷୀ ପ୍ରତୀ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0