କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ୍ ବିଭାଗ ମୃତ ଅବସ୍ତାରେ ପଡ଼ିଛି:ଜରୁରୀ ଅପରେସନ ଦରକାର:ଫୋନରେ ଯୋଗାଯୋଗ କଲେ ଚାଇଲ୍ଡ ଲାଇନର ପ୍ରତି ଉତ୍ତର ମିଳୁଛି ତେବେ କାର୍ଯ୍ୟକାରିତ କରାଯାଉନାହିଁ କାହିଁକି

Jun 7, 2026 - 18:49
 0  2
କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ୍ ବିଭାଗ ମୃତ ଅବସ୍ତାରେ ପଡ଼ିଛି:ଜରୁରୀ ଅପରେସନ ଦରକାର:ଫୋନରେ ଯୋଗାଯୋଗ କଲେ ଚାଇଲ୍ଡ ଲାଇନର ପ୍ରତି ଉତ୍ତର ମିଳୁଛି ତେବେ କାର୍ଯ୍ୟକାରିତ କରାଯାଉନାହିଁ କାହିଁକି

କନ୍ଧମାଳ୭/୦୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଚାଇଲ୍ଡ ଲାଇନ୍ ବିଭାଗ କୋମାରେ। ଜରୁରୀ ଅପରେସନ ଦରକାର। ଫୋନରେ ଯୋଗାଯୋଗ କଲେ ଚାଇଲ୍ଡ ଲାଇନ୍ ବିଭାଗର ପ୍ରତି ଉତ୍ତର ମିଳୁନାହିଁ। ମାନିବାକୁ ପଡ଼ିବ ଡବଲଇଞ୍ଜିନ ସରକାର ଙ୍କ ଡବଲ ଫାଇଦା ମିଳୁଛି ଏହି ସରକାର ଶାସନ ସମୟରେ ଦୁଃଖ ଓ ପରିତାପର ବିଷୟ ଦୀର୍ଘ ବର୍ଷ ଧରି ଭିତିଯାଇଥିଲେ ମଧ୍ୟ ସରକାରଙ୍କ ଠାରୁ ଦରମା ପାଉଥିବା କନ୍ଧମାଳ ଜିଲ୍ଲାର ଚାଇଲ୍ଡ ଲାଇନ୍ ସଂପୂର୍ଣ୍ଣ ବିଫଳ। ସେବାରେ ଅବହେଳାକୁ ନେଇ ଜିଲ୍ଲା ବାସୀଙ୍କ ଅଭିଯୋଗ। ସରକାର ବିଭିନ୍ନ ଯୋଜନା କରୁଛନ୍ତି ଜନସାଧାରଣଙ୍କ ପାଇଁ ତାହା ସତ କିନ୍ତୁ ତାହା ଦେଖିବାକୁ ଗଲେ ଓଲଟା ହେଉଛି।ନା ହେଉଛି ବାଲ୍ୟବିବାହ ରୋକିବା ନା ହେଉଛି ଶିଶୁ,ଶ୍ରମିକ, କିମ୍ବା ନିର୍ଯ୍ୟାତିତ ଶିଶୁଙ୍କ ଉଦ୍ଧାର କରିବା ନା ମୋବାଇଲ ନମ୍ବରକୁ ଫୋନ୍ କଲେ ଫୋନ ଉଠୋଉଛନ୍ତି।ନା ଶୁଣୁଛନ୍ତି। ଏଣୁ କନ୍ଧମାଳ ଜିଲ୍ଲାରେ ଚାଇଲ୍ଡ ଲାଇନର ସଚେତନତା ଏବଂ ପଦକ୍ଷେପର ଅଭାବ ରହିଥିବା ବେଳେ ଚାଇଲ୍ଡ ଲାଇନ୍ କର୍ମଚାରୀ ମାନେ ଜିଲ୍ଲାର ବିଭିନ୍ନ ଅଭିଯୋଗକୁ ବେକ୍ଷାତ୍ରି କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ଷେତ୍ରରେ ଚାଇଲ୍ଡ ଲାଇନର କାର୍ଯ୍ୟ କ୍ରମ ଦେଖି ଜିଲ୍ଲାର ଜିଲ୍ଲା ବାସୀ ଦୁଃଖ ପ୍ରକାଶ କରିବା ସହିତ ଚାଇଲ୍ଡ ଲାଇନକୁ ଆଉ ବିଶ୍ୱାସ ଓ ଭରସା କରୁନଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସମାଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ସେବାରେ ଅବହେଳାକୁ ନେଇ ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟାର ସମ୍ମୁଖୀନ ହେଇ ସମାଧାନ ହେଉନଥିବା ଯୋଗୁଁ ଜନସାଧାରଣଙ୍କ ମନରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦିଗରେ ଅନେକ ସମୟରେ ଫୋନ୍ କଲେ ମଧ୍ୟ ଠିକ୍ ସମୟରେ ନ ଲାଗିବା, ଜରୁରୀକାଳୀନ ସ୍ଥିତିରେ ଉଦ୍ଧାରକାରୀ ବିଳମ୍ବରେ ପହଞ୍ଚିବା ଏବଂ ଶିଶୁଙ୍କ ସୁରକ୍ଷା ଗୃହରେ ଅନିୟମିତତା ଭଳି ଅନେକ ଅଭିଯୋଗ ଆସିଥାଏ। ଏବଂ ବାଲ୍ୟବିବାହ ଓ ଶିଶୁ ଶ୍ରମିକଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି। ଚାଇଲ୍ଡ ଲାଇନ୍ ସେବାକୁ ନେଇ କନ୍ଧମାଳ ଜିଲ୍ଲାର ଜିଲ୍ଲା ବାସୀ କିଛି ମୁଖ୍ୟ ପ୍ରସଙ୍ଗ ଏବଂ ସମସ୍ୟା ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଶିଶୁ ଶ୍ରମିକ କିମ୍ବା ନିର୍ଯାତିତ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସୂଚନା ଦେବା ପରେ ମଧ୍ୟ ଟିମ୍ ଘଟଣାସ୍ଥଳରେ ଠିକ୍ ସମୟରେ ପହଞ୍ଚିପାରୁନାହାନ୍ତି ବୋଲି ଅଭିଯୋଗ ହେଉଥିବା ସ୍ଥାନେ ସ୍ଥାନେ ଶୁଣିବାକୁ ମିଳୁଛି। ସଚେତନତା ଓ ପଦକ୍ଷେପର ଅଭାବ ଦେଖାଯାଉଥିବା ବେଳେ ଚାଇଲ୍ଡ ଲାଇନ୍ କର୍ମଚାରୀମାନେ ଅଭିଯୋଗକୁ ଗୁରୁତ୍ୱ ନେଉ ନାହାନ୍ତି କିମ୍ବା ପରାମର୍ଶ ବି ନାହିଁ। ଏମିତି କି ୬ ମାସ ହେବ ବାଲ୍ୟ ବିବାହ ନେଇ ପାଙ୍ଗା ଉପର ସାହି ଗ୍ରାମ ପଞ୍ଚାୟତ ଗ୍ରାମ ଚିପାଞ୍ଜିରୁରୁ ପୁଅର ନାମ ରାକେଶ ଦିଗାଲ ପିତା ବାଲ୍ମିକୀ ଦିଗାଲ ଜନ୍ମ ତାରିଖ ୧୧/୦୫/୨୦୦୯ ହେଉଥିବା ବେଳେ ଝିଅର ନାମ ବିଷ୍ଣୁପ୍ରିୟା ଦିଗାଲ ପିତା ପ୍ରତାପ ଦିଗାଲ ଜନ୍ମ ତାରିଖ ୨୩/୦୮/୨୦୧୦ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମ ରାକାଡି। ଏବଂ ଏକ ମାସ ହେବ ଅଭିଯୋଗ କରାଯାଇଥିଲା ବ୍ଲକ ଫିରିଙ୍ଗିଆ ଗ୍ରାମ ପଞ୍ଚାୟତ ପାହିରାଜୁ ଗ୍ରାମ ଗବରନଳା ଗ୍ରାମର ଲିସା କହଁର ପିତା ଭାରତ କହଁର ୧୬ ବର୍ଷ ବୋଲି ଜଣାପଡ଼ିଥିବା ବେଳେ ପୁଅର ନାମ ତିଲ ମଲିକ ପକାରୀ ଗ୍ରାମ ପଞ୍ଚାୟତ ସାକାରିପଡ଼ା ଝିଅ ପୁଅର ଉପଯୁକ୍ତ ବୟସ ହେଉନଥିବା ବେଳେ ଏ ନେଇ ଚାଇଲ୍ଡ ଲାଇନକୁ ବହୁ ବାର ଡକୁମେଣ୍ଟ ସହ ପ୍ରମାଣ ଦେଇ ଥିଲେ ମଧ୍ୟ ଚାଇଲ୍ଡ ଲାଇନ୍ ବିଭାଗ କୋମାରେ। ଏମିତି ଜିଲ୍ଲାରେ ଅନେକ କେସ ଚାଇଲ୍ଡ ଲାଇନକୁ ସୂଚନା ଦେଲେ ମଧ୍ୟ କିର୍ଯ୍ୟକାରି କରୁନାହାନ୍ତି ଆଉ କରିବେ ବି ନାହିଁ। ଏଣୁ କନ୍ଧମାଳ ଜିଲ୍ଲା ତରଫରୁ ସରକାରଙ୍କୁ ଅନୁରୋଧ କରାଯାଉଛି ଚାଇଲ୍ଡ ଲାଇନକୁ ପୁନଃଜୀବିତ କରାଯାଉ। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷାରେ କନ୍ଧମାଳ ବାସୀ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ