ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ରାତ୍ରିକାଳୀନ ଯାଞ୍ଚ ସମୟରେ ଓଡିଶା-ଛତିଶଗଡ଼ ସୀମାରେ ୫୨ ବସ୍ତା ଧାନ ଜବତ

May 31, 2026 - 20:57
 0  5
ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ରାତ୍ରିକାଳୀନ ଯାଞ୍ଚ ସମୟରେ ଓଡିଶା-ଛତିଶଗଡ଼ ସୀମାରେ ୫୨ ବସ୍ତା ଧାନ ଜବତ

ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ତଃରାଜ୍ୟ ଧାନ ପରିବହନ ଓ ଅବୈଧ ପ୍ରବେଶ ଉପରେ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜସ୍ୱ, ଯୋଗାଣ ଏବଂ ଆର୍‌ଏମ୍‌ସି ଅଧିକାରୀମାନଙ୍କ ମିଳିତ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଜଙ୍କ ନଦୀ ବନ୍ଧ ନିକଟରେ ଏକ ଟ୍ରାକ୍ଟରରୁ ୫୨ ବସ୍ତା ଧାନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ପାରକୋମ ଗ୍ରାମରୁ ଓଡ଼ିଶାର ନୂଆପଡ଼ା ଜିଲ୍ଲାର କୋଲଦା ଅଞ୍ଚଳକୁ ଏକ ନମ୍ବର ପ୍ଲେଟ୍‌ ବିହୀନ ଟ୍ରାକ୍ଟର ଯୋଗେ ଧାନ ପରିବହନ କରାଯାଉଥିଲା। ଯାଞ୍ଚ ସମୟରେ ଟ୍ରାକ୍ଟର ଚାଳକ ସିୟା ରାମ ପଟେଲଙ୍କ ନିକଟରୁ ୫୨ ବସ୍ତା ଧାନ, ପରିମାଣ ପ୍ରାୟ ୧୯.୧୨ କ୍ୱିଣ୍ଟାଲ, ଜବତ କରାଯାଇଥିଲା। ଜବତ ଧାନ ଏବଂ ସମ୍ପୃକ୍ତ ଯାନବାହନକୁ ଆଇନ ଅନୁଯାୟୀ ଅଟକ ରଖାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅନ୍ତଃରାଜ୍ୟ ଅବୈଧ ଧାନ ପରିବହନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ନିୟମିତ ଯାଞ୍ଚ ଏବଂ ପାଟ୍ରୋଲିଂ କାର୍ଯ୍ୟ ଜୋରଦାର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ରବି ଧାନ ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ସହ ବାହାର ରାଜ୍ୟରୁ ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ